ବାପର କଟୁରୀ ଚୋଟରେ ପୁଅର ମୃତ୍ୟୁ : ବାପ କୋର୍ଟ ଚାଲାଣ
ଧର୍ମଶାଳା,୨୪ସେପ୍ଟେମ୍ବର(ହି.ସ.) - ନୃସଂଶ ବାପର କଟୁରୀ ଚୋଟରେ ପୁଅର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଏଣ୍ଡଲବା ପଂଚାୟତସ୍ଥ ବିଛାଖଣ୍ଡି ଗ୍ରାମରେ । ମୃତକ ଜଣକ ହେଲେ ବିଛାଖଣ୍ଡି ଶବର ସାହି ଗ୍ରାମର କଣ୍ଠ ନାୟକଙ୍କ ପୁଅ ଶମ୍ଭୁ ବୋଲି ଜଣାପଡିଛି । ପୋଲିସ ଏ
ବାପର କଟୁରୀ ଚୋଟରେ ପୁଅର ମୃତ୍ୟୁ : ବାପ କୋର୍ଟ ଚାଲାଣ


ଧର୍ମଶାଳା,୨୪ସେପ୍ଟେମ୍ବର(ହି.ସ.) - ନୃସଂଶ ବାପର କଟୁରୀ ଚୋଟରେ ପୁଅର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଏଣ୍ଡଲବା ପଂଚାୟତସ୍ଥ ବିଛାଖଣ୍ଡି ଗ୍ରାମରେ । ମୃତକ ଜଣକ ହେଲେ ବିଛାଖଣ୍ଡି ଶବର ସାହି ଗ୍ରାମର କଣ୍ଠ ନାୟକଙ୍କ ପୁଅ ଶମ୍ଭୁ ବୋଲି ଜଣାପଡିଛି । ପୋଲିସ ଏକ ମାମଲା ରୁଜୁ କରି କଣ୍ଠକୁ ଆଜି କୋର୍ଟ ଚାଲାଣ କରିଛି । ଏଭଳି ଘଟଣା ଘଟିବା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

ସୂଚନା ମୁତବାକ, ସୋମବାର ରାତିରେ ବିଛାଖଣ୍ଡି ଶବର ସାହି ଅଂଚଳର ବାପ ପୁଅଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ହୋଇଥିଲା । ବାପା କଣ୍ଠ ଉତ୍ୟକ୍ତ ହୋଇ ପୁଅ ଶମ୍ଭୁକୁ ଏକ ଧାରୁଆ କଟୁରୀରେ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଶମ୍ଭୁକୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ଡାକ୍ତର ସେଠାରେ ଶମ୍ଭୁକୁ ମୃତ ଘୋଷଣା କରିଥିଲେ । ଖବର ପାଇ ଜେନାପୁର ଥାନା ଅଧିକାରୀ ଓ ଯାଜପୁର ରୋଡ ଏସଡିପିଓ ମେଡିକାଲରେ ବିଳମ୍ବିତ ରାତିରେ ପଂହଚି ତଦନ୍ତ ଆରମ୍ଭ କରିଥିଲେ । ଏହି ଘଟଣାରେ ଜେନାପୁର ପୋଲିସ ଏକ ମାମଲା ରୁଜୁ କରି କଣ୍ଠକୁ ଆଜି କୋର୍ଟ ଚାଲାଣ କରିଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande