ସରକାରଙ୍କ ପ୍ରଚାର ପ୍ରସାର ପାଇଁ ଫିକା ପଡିଲା ପ୍ରାକ ସୁନାମୀ ପ୍ରସ୍ତୁତି ବୈଠକ
ଭଦ୍ରକ, ୨୪ ସେପ୍ଟେମ୍ବର (ହି.ସ.) - ବଦଳିଲା ସରକାର ମାତ୍ର ଲୋକେ ଭାବିଥିଲେ ସରକାର ବଦଳିବା ପରେ ପ୍ରଶାସନର ମାନସିକତା ବଦଳିବ ମାତ୍ର ପୁରୁଣା ମାନସିକତା ପାଇଁ ଏକ ସରକାରୀ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ଫିକା ପଡିଲା। ଚାନ୍ଦବାଲି ଅଂଚଳ ବାତ୍ୟା ବନ୍ୟା ପ୍ରଭାବିତ ଅଂଚଳ ହୋଇଥିବା ବେଳେ ସରକାରଙ୍କ କୃପା ଦୃଷ୍ଟ
ସରକାରଙ୍କ ପ୍ରଚାର ପ୍ରସାର ପାଇଁ ଫିକା ପଡିଲା ପ୍ରାକ ସୁନାମୀ ପ୍ରସ୍ତୁତି ବୈଠକ


ଭଦ୍ରକ, ୨୪ ସେପ୍ଟେମ୍ବର (ହି.ସ.) - ବଦଳିଲା ସରକାର ମାତ୍ର ଲୋକେ ଭାବିଥିଲେ ସରକାର ବଦଳିବା ପରେ ପ୍ରଶାସନର ମାନସିକତା ବଦଳିବ ମାତ୍ର ପୁରୁଣା ମାନସିକତା ପାଇଁ ଏକ ସରକାରୀ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ଫିକା ପଡିଲା। ଚାନ୍ଦବାଲି ଅଂଚଳ ବାତ୍ୟା ବନ୍ୟା ପ୍ରଭାବିତ ଅଂଚଳ ହୋଇଥିବା ବେଳେ ସରକାରଙ୍କ କୃପା ଦୃଷ୍ଟି ଏହି ଅଂଚଳକୁ ପଡୁ ନଥିବା ବେଳେ କେବଳ ଅକ୍ଟୋବର ଏବଂ ନଭେମ୍ବର ମାସ ଆସି ପହଂଚିଲେ ସରକାରଙ୍କ ବାତ୍ୟା ଆଶ୍ରୟସ୍ଥଳୀ କଥା ମନେ ପଡିବା ସହ ସାଧାରଣ ଜନତାଙ୍କୁ ସଚେତନ କରିବା କଥା ମଧ୍ୟ ମନେ ପଡେ। ଏଥିପାଇଁ ଓସଡାମା ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଜନସାଧାରଣ ଙ୍କ ମଧ୍ୟରେ ସୁନାମୀ ସଚେତନତା ବାର୍ତା ପହଂଚାଇବା ପାଇଁ ହୋଇଥିବା କାର୍ଯ୍ୟକ୍ରମରେ ଜନତା ଅଂଶ ଗ୍ରହଣ କରି ପାରିଲେ ନାହିଁ ଫଳରେ ସାଧାରଣ ଜନତାଙ୍କ ମଧ୍ୟରେ କଣ ସୁନାମୀ ସଚେତନତା କାର୍ଯ୍ୟକ୍ରମ ତାହା ମଧ୍ୟ ସେମାନଙ୍କୁ ଅବଗତ କରାଗଲା ନାହଁ। ପ୍ରାପ୍ତ ଖବର ଅନୁଯାଇ ଓସଡାମା ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଟିଆରଆରପି କାର୍ଯ୍ୟକ୍ରମ ହେବା ପାଇଁ ଚାନ୍ଦବାଲି ବ୍ଲକ ଦୋସିଙ୍ଗା ପଂଚାୟତରେ ସ୍ତିରୀକୃତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବାତ୍ୟା ରେ ବେଶୀ କ୍ଷତିଗ୍ରସ୍ଥ ହେଉଥିବା ଦୋସିଙ୍ଗା ପଂଚାୟତର ପ୍ରଦ୍ୟୁତ ନଗର, ଅମର ନଗର, ରବିନ୍ଦ୍ର ନଗର, ଏବଂ ସାବିତ୍ରି ସରାଇ ଗ୍ରାମର ସମସ୍ତ ଗ୍ରାମବାସୀ ଏଥିରେ ସାମିଲ ହେବାର ଯୋଜନା ଥିଲା । ଏହି ଯୋଜନା କୁ କାର୍ଯ୍ୟକାରୀ କରିବାକୁ ରିଲିଆନ୍ସ ଫାଉଣ୍ଡେସନ ଏବଂ ଲାଇଫଲାଇନ ବେସରାକରୀ ସଙ୍ଗଠନକୁ ଦାୟିତ୍ୱ ମଧ୍ୟ ଦିଆଯାଇଥିଲା। କିନ୍ତୁ ପ୍ରଚାର ଏବଂ ପ୍ରସାର ପାଇଁ ଏହି କାର୍ଯ୍ୟକ୍ରମ ସଂପୂର୍ଣ ଭାବେ ସଫଳ ହୋଇ ପାରିଲା ନାହିଁ ବୋଲି ଅଂଚଳବାସୀ ଅଭିଯୋଗ ଆଣିଛନ୍ତି। ଏହି କାର୍ଯ୍ୟକ୍ରମରେ ସମସ୍ତ ଅଂଚଳବାସୀଙ୍କୁ ପ୍ରଶିକ୍ଷଣ କରାଯିବା ସହ ବିଦ୍ୟାଳୟ ସ୍ତରରେ ସୁନାମୀ ସଚେତନତା ଏବଂ ଏହାର ମୁକାବିଲା କରିବା ପାଇଁ ବିଭିନ୍ନ ଉପାୟ ,ଟିଆରଆରପି ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ଏବଂ ପର୍ଯ୍ୟାଲୋଚନା ହେବା ପାଇଁ ସ୍ତିରୀକୃତ ହୋଇଥିଲା ମାତ୍ର କିଛି ଗ୍ରାମବାସୀ ଏବଂ ଶିକ୍ଷକ , ଅଙ୍ଗନବାଡି କର୍ମୀ , ସ୍ୱୟଂ ସହାୟିକା ଗୋଷ୍ଠି ସଦସ୍ୟ ମାନେ ଭାଗ ନେବାକୁ ସ୍ତିରୀକୃତ ହୋଇଥିବା ବେଳେ ପ୍ରଚାର ପ୍ରସାର ହୋଇ ପାରି ନଥିବାରୁ ଏହି କାର୍ଯ୍ୟକ୍ରମ ବିଷୟରେ ଅଂଚଳବାସୀ ଏହି ବିଷୟରେ ଅବଗତ ନଥିବା କଥା ମଧ୍ୟ ମତ ପ୍ରକାଶ ପାଇଥିଲା । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande