କୋଲକାତା, 24 ସେପ୍ଟେମ୍ବର (ହି.ସ.)- ପଶ୍ଚିମବଙ୍ଗରେ
ସୋମବାର ରାତିରେ ହୋଇଥିବା ଭୟଙ୍କର ବର୍ଷା ଜନଜୀବନକୁ ପ୍ରଭାବିତ କରିଛି। ରାଜଧାନୀ କୋଲକାତା
ସହିତ ଏହାର ଆଖପାଖ ଅଞ୍ଚଳଗୁଡ଼ିକରେ ପାଣି ଜମା ଓ ବିଦ୍ୟୁତ୍ ସ୍ପର୍ଶ ଯୋଗୁ ଏପର୍ଯ୍ୟନ୍ତ ୧୦ ଜଣଙ୍କ ମୃତ୍ୟୁ ଘଟିଛି।
ରାଜ୍ୟ ବିପର୍ଯ୍ୟୟ
ପରିଚାଳନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ବୁଧବାର ସକାଳେ କହିଛନ୍ତି ଯେ, ଏହି ମୃତ୍ୟୁଗୁଡ଼ିକ ମଧ୍ୟରୁ ୮ଟି କେବଳ କୋଲକାତାରେ ଘଟିଛି, ଯେଉଁଠି ଲୋକମାନେ ପାଣିରେ ପଡିଥିବା ଖୋଲା ବିଦ୍ୟୁତ୍ ତାର
ସଂସ୍ପର୍ଶରେ ଆସିଛନ୍ତି । ବର୍ତ୍ତମାନ ସଂଖ୍ୟା ଆଉହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ମୁଖ୍ୟମନ୍ତ୍ରୀ
ମମତା ବାନାର୍ଜୀ ଏହି ଦୁଃଖଦ ଘଟଣାଗୁଡ଼ିକ ପାଇଁ ବେସରକାରି ବିଦ୍ୟୁତ୍ ବିତରଣ କମ୍ପାନୀ କୁ ଦାୟୀ
କରିଛନ୍ତି। ସେ କହିଛନ୍ତି, ଯଦି କଂପାନୀତାଙ୍କ
ବିଦ୍ୟୁତ୍ ବିତରଣ ଢାଞ୍ଚାକୁ ଶକ୍ତିଶାଳୀ କରିବା ଉପରେ ଧ୍ୟାନ ଦେଇଥାନ୍ତେ, ତେବେ
ଏହି ମୃତ୍ୟୁଗୁଡ଼ିକୁ ରୋକାଯାଇପାରିଥାନ୍ତା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା