ନବରାତ୍ର ର୍ ତୃତୀୟ ଦିବସରେ ମା ଚନ୍ଦ୍ର ଘଣ୍ଟା ରୂପରେ ପୂଜା ଯାଉଛନ୍ତି
ବଲାଙ୍ଗିର , 24 ସେପ୍ଟେମ୍ବର (ହି.ସ.)ଆଜି ଶାରଦୀୟ ନବରାତ୍ର ର୍ ତୃତୀୟ ଦିବସରେ ମା ଚନ୍ଦ୍ର ଘଣ୍ଟା ରୂପରେ ପୂଜା ଯାଉଛନ୍ତି । ବଲାଙ୍ଗିର ର୍ ଦେବୀ ମାତା ସମଲେଶ୍ୱରୀ, ଦୁର୍ଗମାତା ମନ୍ଦିର ,କୁଶଙ୍ଗ ର୍ ମାତା କୁଶଙ୍ଗେଇ ଚନ୍ଦ୍ର ଘଣ୍ଟା ରୂପରେ ପୁଜା ପାଉଥିବା ବେଳ ,ଜିଲ୍ଲାର ଅନ୍ୟନ୍ ଦେବୀ ପୀଠରେ ଅଜି ତୃତ
ନବରାତ୍ର ର୍ ତୃତୀୟ ଦିବସରେ ମା ଚନ୍ଦ୍ର ଘଣ୍ଟା ରୂପରେ ପୂଜା ଯାଉଛନ୍ତି


ନବରାତ୍ର ର୍ ତୃତୀୟ ଦିବସରେ ମା ଚନ୍ଦ୍ର ଘଣ୍ଟା ରୂପରେ ପୂଜା ଯାଉଛନ୍ତି


ନବରାତ୍ର ର୍ ତୃତୀୟ ଦିବସରେ ମା ଚନ୍ଦ୍ର ଘଣ୍ଟା ରୂପରେ ପୂଜା ଯାଉଛନ୍ତି


ନବରାତ୍ର ର୍ ତୃତୀୟ ଦିବସରେ ମା ଚନ୍ଦ୍ର ଘଣ୍ଟା ରୂପରେ ପୂଜା ଯାଉଛନ୍ତି


ବଲାଙ୍ଗିର , 24 ସେପ୍ଟେମ୍ବର (ହି.ସ.)ଆଜି ଶାରଦୀୟ ନବରାତ୍ର ର୍ ତୃତୀୟ ଦିବସରେ ମା ଚନ୍ଦ୍ର ଘଣ୍ଟା ରୂପରେ ପୂଜା ଯାଉଛନ୍ତି । ବଲାଙ୍ଗିର ର୍ ଦେବୀ ମାତା ସମଲେଶ୍ୱରୀ, ଦୁର୍ଗମାତା ମନ୍ଦିର ,କୁଶଙ୍ଗ ର୍ ମାତା କୁଶଙ୍ଗେଇ ଚନ୍ଦ୍ର ଘଣ୍ଟା ରୂପରେ ପୁଜା ପାଉଥିବା ବେଳ ,ଜିଲ୍ଲାର ଅନ୍ୟନ୍ ଦେବୀ ପୀଠରେ ଅଜି ତୃତୀୟ ଦିବସରେ ନବରତ୍ରି ପୁଜା ପହଂଚି ଯାଇଛି ।ବଲାଙ୍ଗିର ସହର ମଧ୍ୟରେ ଶାନ୍ତି ପଡା ,ତାଲପାଲି , ଠିକାଦାର ପଡା ,ଗାନ୍ଧୀନଗର୍ ,ଟିକରା ପଡା , ରୁଗୁଦି ପଡା , ରାଜେନ୍ଦ୍ର ପଡା ଓ ପେଲେସ୍ ଲାଇନ ଭଳି ୮ ଗୋଟି ଦୁର୍ଗା ମେଢ଼ରେ ମା ଦୁର୍ଗାଙ୍କ ନବଦିନ ବ୍ୟଫି ପାରଦୀୟ ଦୁର୍ଗା ପୂଜା ଚାଲିଛି ।ଦେବୀ ପୀଠ ଗୁଡିକର ପଣ୍ଡିତ ମାନେ ହୋମ ଚଣ୍ଡୀ ପୀଠ ଗୁଡିକ ରେ ବାତାବରନ କୁ ଭକ୍ତି ମୟ କରିଛି। ନଅ ଦିନ ପୁଜା ରେ ମାତା ଙ୍କ ବିଭିନ୍ନ ରୂପ କୁ ଆବାହନ କରାଯାଇ ମନ୍ତ୍ରତନ୍ତ୍ର ଵିଧି ମୁତାବକ ଶ୍ଳୋକ ଆହୁତି ପୂର୍ବକ ପୁଜା ହେଉଛି- ।

ନବରାତ୍ରର ତୃତୀୟ ଦିବସରେ ପରମ କଲ୍ୟାଣକାରୀ ଓ ଶାନ୍ତି ପ୍ରଦାୟିନୀ ମା’ ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଇଥାନ୍ତି । କକଥିତ ଅଛି ଯେ ମା’ ଚନ୍ଦ୍ରଘଣ୍ଟାଙ୍କ ଘଣ୍ଟ ଧ୍ଵନିରେ ଅତ୍ୟାଚାରୀ, ଦାନବ, ଦୈତ୍ୟ ସବୁ ଭୟଭୀତ ହୁଅନ୍ତି। ମସ୍ତକରେ ମା’ ଅର୍ଦ୍ଧଚନ୍ଦ୍ର ଧାରଣ କରନ୍ତି।ଏବଂ ସିଂହ ବାହାନରେ ବିରାଜମାନ କରନ୍ତି। ଏହି ସ୍ୱରୂପରେ ମା’ଙ୍କ ମସ୍ତକରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର ଥିବାରୁ ତାଙ୍କୁ ଚନ୍ଦ୍ରଘଣ୍ଟା ବୋଲି କୁହାଯାଏ । ତାଙ୍କର ଦଶଭୁଜା ଏବଂ ତିନୋଟି ଆଖି ରହିଥାଏ । ଆଠଟି ହସ୍ତରେ ମା’ ଖଡଗ ତଥା ଅସ୍ତ୍ରଶନ୍ତ୍ର ଧାରଣ କରିଥାନ୍ତି ଏବଂ ଅନ୍ୟ ଦୁଇଟି ହସ୍ତରେ ଭକ୍ତଙ୍କୁ ଆର୍ଶିବାଦ କରିଥାନ୍ତି।

ଚନ୍ଦ୍ରଘଣ୍ଟା ସ୍ୱରୂପ ମା’ଙ୍କର କୈଳାଶ ପତି ଶିବଙ୍କୁ ବିବାହ କରିବା ସମୟର ନବବଧୂ ରୂପ । ନାରୀ ଜୀବନର ଏହା ଏକ ବୈବାହିକ ସୋପାନ । ଯେଉଁ ସୋପାନରେ ସେ ଆପଣାର ସମସ୍ତ ଶକ୍ତି ସାମର୍ଥ୍ୟର ସମର୍ପଣ କରିବା ଶିଖିଥାଏ । ନିଜକୁ ନିଜ ନିୟନ୍ତ୍ରଣରେ ରଖିବାକୁ ସମର୍ଥ ହୋଇଥାଏ। ମନର ଅଧିପତି ହେଉଛନ୍ତି ଚନ୍ଦ୍ର।

ମା’ ଙ୍କର ଚନ୍ଦ୍ରଘଣ୍ଟା ରୂପକୁ ପୂଜା କରିବା ଦ୍ୱାରା ଯଶ ବୃଦ୍ଧି ହୋଇଥାଏ । ନବରାତ୍ରର ଏହି ତୃତୀୟ ଦିନରେ ଭୟରୁ ମୁକ୍ତି ମିଳିବା ସହ ଅପାର ସାହସ ପ୍ରାପ୍ତ ହେବାକୁ ଅନ୍ତରରେ ଶକ୍ତି ପ୍ରାପ୍ତ ହୋଇଥାଏ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande