ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.)- ଶ୍ରୀମୀୟ
ମିଶ୍ର ବିଜେଡିରୁ ନିଲମ୍ବନ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟିକା ପ୍ରମିଳା
ମଲ୍ଲିକ । ସେ କହିଛନ୍ତି ଯେ, ନିର୍ବାଚନ ବିଷୟରେ ନିୟମ କଣ ଆମେ ତାଙ୍କ ଠୁ ଶିଖିବୁ। ଏମିତି
କେତେ ଆସିବେ କେତେ ଯିବେ। ଯିଏ ବିଶୃଙ୍ଖଳା କରିବ ସେ ବିଦା ହେବ। ସିଏ ମାଡାମ କଣ କି? ସେଭଳି
ଲୋକ କେତେ ଅଛନ୍ତି ଆମ ଦଳରେ। ଜଣକ ପାଇଁ ଏତେ ଚର୍ଚ୍ଚା କାହିଁକି! ତାଙ୍କୁ କେହି ବ୍ୟବହାର
କରିନାହାନ୍ତି, ସିଏ ଦଳକୁ ବ୍ୟବହାର କରିଛନ୍ତି। ସେ କହୁଛନ୍ତି ଦଳରେ
ନାହାଁନ୍ତି ତାହାଲେ ଦଳରେ କ୍ଷମତା କେମିତି ଉପଭୋଗ କରୁଥିଲେ। ଦଳ କ୍ଷମତାରୁ ଗଲା ପରେ ତାଙ୍କୁ
ଆହୁରି କ୍ଷମତା ଦରକାର ଥିଲା। ନବୀନ ବାବୁ ଆଗରୁ
ତାଙ୍କ ପାଇଁ ଭଲ ଥିଲେ ଏବେ କଣ ହେଲା ଖରାପ ହେଇଗଲେ। ଶ୍ରୀମୟୀଙ୍କ ପ୍ରତି କୌଣସି ଅନ୍ୟାୟ ହୋଇନି
ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା