ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟ ଚନ୍ଦନଭାଟି ରେ ସ୍ଵତନ୍ତ୍ର ଜାତୀୟ ସେବା ଶିବିର ଉଦଯାପିତ
ବଲାଙ୍ଗିର , 24 ସେପ୍ଟେମ୍ବର (ହି.ସ.) ବଲାଙ୍ଗୀର ବ୍ଲକ୍ ଅନ୍ତର୍ଗତ ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟ ଚନ୍ଦନଭାଟି ରେ ସ୍ଵତନ୍ତ୍ର ଜାତୀୟ ସେବା ଶିବିର ଉଦଯାପନି ଉତ୍ସବରେବ ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଟିତ ହୋଇଥିଲା।ସାତଦିନ
ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟ ଚନ୍ଦନଭାଟି ରେ ସ୍ଵତନ୍ତ୍ର ଜାତୀୟ ସେବା ଶିବିର ଉଦଯାପିତ।


ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟ ଚନ୍ଦନଭାଟି ରେ ସ୍ଵତନ୍ତ୍ର ଜାତୀୟ ସେବା ଶିବିର ଉଦଯାପିତ।


ବଲାଙ୍ଗିର , 24 ସେପ୍ଟେମ୍ବର (ହି.ସ.) ବଲାଙ୍ଗୀର ବ୍ଲକ୍ ଅନ୍ତର୍ଗତ ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟ ଚନ୍ଦନଭାଟି ରେ ସ୍ଵତନ୍ତ୍ର ଜାତୀୟ ସେବା ଶିବିର ଉଦଯାପନି ଉତ୍ସବରେବ ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଟିତ ହୋଇଥିଲା।ସାତଦିନ ଧରି ଅନୁଷ୍ଟିତ ଶିବିର କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ମିଶ୍ର ଉଦ୍ ଘାଟନ କରିଥିଲେ।ପ୍ରୋଗ୍ରାମ ଅଫିସର୍ ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀ ଯୁଧିଷ୍ଟିର ପଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଶିବିରରେ ବୃକ୍ଷ ରୋପଣ ,କଲେଜ୍ କେମ୍ପସ ସଫେଇ ,ପୋଷ୍ୟ ଗ୍ରାମ ବାଦୀଘୋର୍ ରେ ଏକ ସଚେତନତା ରାଲି ଅନୁଷ୍ଟିତ ହୋଇଥିଲା । ଏହି ଅବସରରେ ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ଡକ୍ଟର ଅଜିତ୍ କୁମାର ଭୋଇ ଯୋଗ ଦେଈ ସ୍ବେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ।ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ଅରୁଣ କୁମାର ଖୁଆ ଯୋଗ ଦେଈ ଏକ ପେଡ ମା କେ ନାମ ପର ୦.୨ ର ମହତ୍ତ୍ଵ ଓ ସେବା ମନୋଭାବ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ କିଶୋର ନ୍ୟାୟ ଆଇନ୍ ର ବିଭିନ୍ନ ଆଇନ୍ ଯଥା ବାଲ୍ୟ ବିବାହ ନିଷେଧ ଆଇନ୍, ପୋସ୍କୋ ଆଇନ୍, ଶିଶୁ ଶ୍ରମିକ ଆଇନ୍ ଉପରେ ଜଣାଇଥିଲେ।ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ରେ ଅବସ୍ଥାପିତ ଥିବା ଅରୁଣା ର ଜିଲ୍ଲା ପରମର୍ଷଦାତା ପ୍ରମୋଦ ବଗର୍ତ୍ତି ଏକ ପେଡ ମା କେ ନାମ ପର ୦.୨ ର ଗୁରୁତ୍ଵ ଉପରେ ବର୍ଣ୍ଣନା କରିବା ସହ ଗଛ ଲଗାଇବା, ଗଛ ର ଯତ୍ନ ନେବା ସହ,ମାତୃ ଭୂମି ଓ ମା ଙ୍କୁ ସମ୍ମାନ ଦେବା ପାଇଁ ଉତ୍ସାହିତ କରିବା ସହ ମାତୃ, ପିତ୍ରୁ ହିନ ଶିଶୁ ଙ୍କ ପାଇଁ ରାଜ୍ୟ ସରକାର ଯଶୋଦା ଯୋଜନା,ଆଶୀର୍ବାଦ ଯୋଜନା,ଗ୍ରୀନ ପାଷେଜ ସାର୍ଟିଫିକେଟ ଉପରେ ଜଣାଇ ଏହି ଯୋଜନା ର ଲାଭ ନେବା ପାଇ ଉତ୍ସାହିତ କରିଥିଲେ। ଏହି ଶିବିରରେ ମହାବିଦ୍ୟାଳୟର ଶିକ୍ଷକ, ଅଣ ଶିକ୍ଷକ ,ଛାତ୍ର,ଛାତ୍ରୀ ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ପରିଶେଷରେ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଜସ୍ମିନ୍ କୁମାରୀ ନନ୍ଦ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande