ନ୍ୟୁୟର୍କ, 26 ସେପ୍ଟେମ୍ବର (ହି.ସ.)
- ଭାରତର ବୈଦେଶିକମନ୍ତ୍ରୀ
ଏସ୍ ଜୟଶଙ୍କର ଗୁରୁବାର ଦିନ ଜି-20 ବୈଦେଶିକମନ୍ତ୍ରୀ ଭାଗ ନେଇଥିବା ବୈଠକରେ ଆତଙ୍କବାଦ ପ୍ରତି
ଦୁଇମୁଁହା ମାନଦଣ୍ଡ ଅପଣାଇଥିବା ଦେଶମାନଙ୍କୁ ଚେତାବନୀ ଦେଇଛନ୍ତି। ଯଦିଓ ସେ କୌଣସି ଦେଶର ନାମ
ନେିନାହାନ୍ତି ନାହିଁ, କିନ୍ତୁ ଆତଙ୍କବାଦ ବିଷୟରେ ସେ ବେଶ କଠୋର ମତ ରଖିଛନ୍ତି। ଏହି ବୈଠକଟି ସଂଯୁକ୍ତ ରାଷ୍ଟ୍ର
ମହାସଭାର ୮୦ତମ ଅଧିବେଶନ ଅବସରରେ ଆୟୋଜିତ ହୋଇଥିଲା ଏବଂ ଏହାର ଆୟୋଜନ କରିଥିଲା ଦକ୍ଷିଣ
ଆଫ୍ରିକା।
ଜୟଶଙ୍କର କହିଛନ୍ତି ଯେ,
ରାଜନୈତିକ ଏବଂ ଆର୍ଥିକ ଭାବେ ଅସ୍ଥିର
ବିଶ୍ୱ ପରିସ୍ଥିତିରେ, ଜି-20 ସଦସ୍ୟମାନଙ୍କ ଉପରେ ବିଶେଷ ଦାୟିତ୍ୱ ଥାଏ ଯେ, ସେମାନେ ଏହାର ସ୍ଥିରତାକୁ ଶକ୍ତିଶାଳୀ କରିବେ ଏବଂ ଏହାକୁ ଏକ
ସକାରାତ୍ମକ ଦିଗରେ ଗତି କରାଇବେ। ସେ କହିଛନ୍ତି ଯେ, ଆତଙ୍କବାଦ ଅଗ୍ରଗତି ପାଇଁ ସବୁଠାରୁ ବଡ଼ ବାଧା। ବିଶ୍ୱ ଆତଙ୍କବାଦ
ପ୍ରତି ସହିଷ୍ଣୁତା ନଦେଖାଉ, ଏବଂ ସହଯୋଗ ମଧ୍ୟ ନକରୁ ।
ସେ ଆହୁରି କହିଛନ୍ତି,
ଯେଉଁମାନେ ଯେକୌଣସି ମୋର୍ଚ୍ଚାରେ
ଆତଙ୍କବାଦୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତି,ସେମାନେ ସାର୍ବଜନୀନ ଭାବେ ଆନ୍ତର୍ଜାତିକ ସମୁଦାୟ ପାଇଁ ବଡ଼ ସେବା
କରୁଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା