ବେଆଇନ ବାଣ ତିଆରି ଘର ଉପରେ ପୋଲିସର ଚଡ଼ଉ, ୩ ଜଣ ଗିରଫ, ବିପୁଳ ବାଣ ଜବତ
ଭଦ୍ରକ, ୨୮ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ପୋଲିସର ବେଆଇନି ବାଣ ଦୋକାନ ଉପରେ ଚଡ଼ଉ କରି ବିପୁଳ ପରିମାଣରେ ବାଣ ଜବତ କରିଛନ୍ତି। ଏଥିରେ ସଂପୃକ୍ତ ୩ ଜଣ ସ୍ଥାନୀୟ ଗ୍ରାମର ବାଣ ବେପାରୀ ମଦନ ମୋହନ ରଣା, ମନୋରଞ୍ଜନ ରଣା ଓ ଗୌରାଙ୍ଗ ଚନ୍ଦ୍ର ରଣା ଙ୍କୁ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ
BEAAIN BANA TIARI GHARA UPARE CHADHAU


ଭଦ୍ରକ, ୨୮ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ପୋଲିସର ବେଆଇନି ବାଣ ଦୋକାନ ଉପରେ ଚଡ଼ଉ କରି ବିପୁଳ ପରିମାଣରେ ବାଣ ଜବତ କରିଛନ୍ତି। ଏଥିରେ ସଂପୃକ୍ତ ୩ ଜଣ ସ୍ଥାନୀୟ ଗ୍ରାମର ବାଣ ବେପାରୀ ମଦନ ମୋହନ ରଣା, ମନୋରଞ୍ଜନ ରଣା ଓ ଗୌରାଙ୍ଗ ଚନ୍ଦ୍ର ରଣା ଙ୍କୁ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ପ୍ରକାଶ ଥାଉକି ଧାମନଗର ଥାନା ଦେହୁଡି ଆନ୍ଦପୁର ପଂଚାୟତ ଉତେଇପୁର ଗ୍ରାମରେ ବେଆଇନ ବାଣ ତିଆରି ଚାଲିଥିଲା। ସୁଚନା ପାଇ ଧାମନଗର ପୋଲିସ ଶନିବାର ଚଡାଉ କରିଥିଲା। ଗୋଟେ ପିକପ ଗାଡିରେ ହାତ ତିଆରି ବାଣ ଜବତ କରିଥିବା ବେଳେ ପୋଲିସ ୩ ଜଣଙ୍କୁ ଥାନାକୁ ଆଣିଥିଲା। ଥାନା ଅଧିକାରୀ ରଞ୍ଜନ ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଚଡ଼ାଉରେ ଏସଆଇ ରସ୍ମିତା ମଲ୍ଲିକ ଓ ପ୍ରଦୀପ ନାୟକ, ଏଏସଆଇ ଲରେନ୍ସ ଖୁଜୁରୁ, ସୁଜିତ୍ ରାଉତ ଓ ନରେନ୍ଦ୍ର ରାଉତ ସମେତ ଅନ୍ୟମାନେ ସାମିଲ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande