ଜିଲ୍ଲାପାଳଙ୍କ ସୁପୁତ୍ର ଓଏଏସ ସୌମ୍ୟକାନ୍ତଙ୍କୁ ଓଡ଼ିଶା ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା
ସୁବର୍ଣ୍ଣପୁର, ୨୮ ସେପ୍ଟେମ୍ବର(ହି.ସ.) – ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସୁପୁତ୍ର, ଶ୍ରୀମାନ ଶାସ୍ୱତ ସୌମ୍ୟକାନ୍ତ ଓ ୨୩୫ ନମ୍ବର ରେଙ୍କରେ ସଫଳ ହୋଇ ଜନ୍ମମାଟି କଳାହାଣ୍ଡି ଜିଲ୍ଲା ସମେତ ସୁବର୍ଣ୍ଣପୁର ଜିଲ୍ଲାର ମଧ୍ୟ ସୁନାମ ଅର୍ଜନ କରି ଗୌରବ ବଢ଼ାଇଛନ୍ତି। ସେ ଭବିଷ
ଜିଲ୍ଲାପାଳ ଙ୍କ ସୁପୁତ୍ର ଓ ଏ ଏସ ସୌମ୍ୟକାନ୍ତ ଙ୍କୁ ଓଡ଼ିଶା ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା


ସୁବର୍ଣ୍ଣପୁର, ୨୮ ସେପ୍ଟେମ୍ବର(ହି.ସ.) – ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସୁପୁତ୍ର, ଶ୍ରୀମାନ ଶାସ୍ୱତ ସୌମ୍ୟକାନ୍ତ ଓ ୨୩୫ ନମ୍ବର ରେଙ୍କରେ ସଫଳ ହୋଇ ଜନ୍ମମାଟି କଳାହାଣ୍ଡି ଜିଲ୍ଲା ସମେତ ସୁବର୍ଣ୍ଣପୁର ଜିଲ୍ଲାର ମଧ୍ୟ ସୁନାମ ଅର୍ଜନ କରି ଗୌରବ ବଢ଼ାଇଛନ୍ତି। ସେ ଭବିଷ୍ୟତରେ ଜଣେ ଦକ୍ଷ ଆଇଏଏସ୍ ଅଧିକାରୀ ହୋଇ ତଳ ସ୍ତରର ଅପହଂଚ ଅଂଚଳର ଲୋକଙ୍କୁ ଉତମ ସେବା ଦେବାକୁ ଲକ୍ଷ୍ୟ ରଖି ନିଃସ୍ୱାର୍ଥପର ଭାବେ ରାଜ୍ୟ ତଥା ଦେଶର ସେବା କରିବାକୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ବାସଭବନରେ ସେ ଆଜି ମିଡ଼ିଆଙ୍କୁ ପ୍ରତିକ୍ରିୟା ରଖିଛନ୍ତି। ମା ମାଣିକେଶ୍ୱରୀ ମା ସୁରେଶ୍ୱରୀଙ୍କ ଆଶୀର୍ବାଦ ଓ ବାପା ମାଆ ଭଉଣୀମାନଙ୍କ ପ୍ରେରଣାରେ ଆଜି ଏ ସଫଳତା ଆଣିଦେଇଛି ବୋଲି ମଧ୍ୟ ପ୍ରକାଶ କରିଛନ୍ତି ସୌମ୍ୟ। ଶ୍ରୀମାନ ସୋମ୍ୟକନ୍ତଙ୍କ ବାପା ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ କହିଛନ୍ତି ଯେ ସେ ବହୁତ ପରିଶ୍ରମ କରିଥିଲା। ତାହାର କଠିନ ଅଧ୍ୟବସାୟ ଯୋଗୁଁ ତାକୁ ଏହି ସଫଳତା ମିଳିଛି। ଗାଁର ଗରିବ ନିଷ୍ପେସିତ ଲୋକଙ୍କୁ ଉନ୍ନତ ସେବା ପ୍ରଦାନ ସହ ଏକ ଦରଦି ମନନେଇ ଜନସାଧାରଣଙ୍କୁ ସେବା ଯୋଗାଇ ଦେବାକୁ ମୋର ପରାମର୍ଶ ରହିବ ବୋଲି ସେ ପ୍ରକାଶ କରିଛନ୍ତି। ମା ସୁରେଶ୍ୱରୀଙ୍କ ଆଶୀର୍ବାଦ ନେଇ ଏ ଜିଲ୍ଲାରେ ଦାୟିତ୍ୱ ନେବାପରେ ମାଙ୍କ ଏହା ଚମତ୍କାର ବୋଲି କହି ଜିଲ୍ଲାର ଦୃତ ବିକାଶ ଦିଗରେ କାର୍ଯ୍ୟ ଜାରି ରଖି ମା’ଙ୍କ ଠାରେ କୃତଜ୍ଞ ବୋଲି କହିଥିଲେ। ଓଡ଼ିଶା ସାମ୍ବାଦିକ ସଂଘ ସୋନପୁର ଶାଖା ପକ୍ଷରୁ ସୌମ୍ୟକାନ୍ତଙ୍କୁ ଆଜି ଜିଲ୍ଲାପାଳଙ୍କ ବାସ ଭବନରେ ଉପଢୌକନ ଓ ସ୍ମୃତିଫଳକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରି ଶୁଭକାମନା କରିଥିଲେ। ସଂଘର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ପାତ୍ର, ଜିଲ୍ଲା ଶାଖା ସଭାପତି ମନୋରଂଜନ ତ୍ରିପାଠୀ, ସମ୍ପାଦକ ମହାଦେବ ମଲ୍ଲିକ, ରାଜ୍ୟ ସାଂଗଠନିକ ସମ୍ପାଦକ ରାଜକିଶୋର ତ୍ରିପାଠୀ, ଉପ ସଭାପତି ବିବେକା ନନ୍ଦ ମିଶ୍ରଙ୍କ ସମେତ ଜିଲ୍ଲାର କିଛି ଗଣମାଧ୍ୟମ ପ୍ରତିନିଧି ଏହି କାର୍ଯ୍ୟ କ୍ରମରେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande