ଓଏଏସ୍ ପାଇଥିବା ଭଦ୍ରକର ମିର୍ଜା ଫୈଜ ଅହମ୍ମଦ କାଦ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଫୁଲ୍ଲ ସାମଲ
ଭଦ୍ରକ, ୨୮ ସେପ୍ଟେମ୍ବର (ହି.ସ.) - ଭଦ୍ରକ ପୌରାଂଚଳ ଅନ୍ତର୍ଗତ ସଙ୍କରପୁର–ମିର୍ଜାପଟି ଗ୍ରାମ ନିବାସୀ ମିର୍ଜା ଜାବେଦ ଇକବାଲ ବେଗ ଓ ସିତାରା ଖାତୁନଙ୍କ ସୁପୁତ୍ର ମିର୍ଜା ଫୈଜ ଅହମଦ କାଦ୍ରି ଓଏଏସ୍ ପରୀକ୍ଷାରେ ଟପ୍‌-୧୦ ମଧ୍ୟରେ ଚତୁର୍ଥ ସ୍ଥାନ ପାଇ ସମଗ୍ର ଭଦ୍ରକର ମାନ–ସମ୍ମାନକୁ ଉଚ୍ଚ କରିଛନ୍ତି। ବିଜ
OAS MIRZA FAIJ AHEMAD QUADRI


ଭଦ୍ରକ, ୨୮ ସେପ୍ଟେମ୍ବର (ହି.ସ.) - ଭଦ୍ରକ ପୌରାଂଚଳ ଅନ୍ତର୍ଗତ ସଙ୍କରପୁର–ମିର୍ଜାପଟି ଗ୍ରାମ ନିବାସୀ ମିର୍ଜା ଜାବେଦ ଇକବାଲ ବେଗ ଓ ସିତାରା ଖାତୁନଙ୍କ ସୁପୁତ୍ର ମିର୍ଜା ଫୈଜ ଅହମଦ କାଦ୍ରି ଓଏଏସ୍ ପରୀକ୍ଷାରେ ଟପ୍‌-୧୦ ମଧ୍ୟରେ ଚତୁର୍ଥ ସ୍ଥାନ ପାଇ ସମଗ୍ର ଭଦ୍ରକର ମାନ–ସମ୍ମାନକୁ ଉଚ୍ଚ କରିଛନ୍ତି। ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଆଜି ତାଙ୍କ ବାସଭବନରେ ପହଂଚି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଶ୍ରୀ ସାମଲଙ୍କ ସମେତ ବିଜୁ ଜନତା ଦଳ ଭଦ୍ରକ ଟାଉନ୍ ସଭାପତି ଏମଡ଼ି ଜକାଉଲ୍ଲା, ଭଦ୍ରକ ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ, ପୂର୍ବତନ ଭଦ୍ରକ ବ୍ଲକ ସମ୍ପାଦକ ରଘୁନାଥ ପଣ୍ଡା, ବିଜୁ ଯୁବ ଜନତା ଦଳର ପୂର୍ବତନ ରାଜ୍ୟ ସମ୍ପାଦକ ବିକାଶ ଶ୍ରେଷ୍ଠା ଓ ଅନ୍ୟ କର୍ମକର୍ତା ଉପସ୍ଥିତ ଥିଲେ। ଏହି ଅସାଧାରଣ ସଫଳତା କେବଳ ମିର୍ଜା ପରିବାରର ନୁହେଁ, ଏହା ସମଗ୍ର ଭଦ୍ରକର ଗର୍ବ। ଆଗାମୀ ଦିନରେ ତାଙ୍କର ଶ୍ରମ, ସମର୍ପଣ ଓ ସଦ୍‌ବୁଦ୍ଧି ସମାଜକୁ ଆହୁରି ପ୍ରେରଣା ଦେଉ ବୋଲି କହିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande