କେନ୍ଦୁଝର, ୨୮ ସେପ୍ଟେମ୍ବର(ହି.ସ.) – କେନ୍ଦୁଝର ବନଖଣ୍ଡ ଦ୍ୱାରା ଏକ ବିରଳ ବଜ୍ରକାପ୍ତା ଉଦ୍ଧାର ହୋଇଛି। କେନ୍ଦୁଝର ସଦର ବନଖଣ୍ଡ କର୍ମଚାରୀଙ୍କ ଦ୍ୱାରା ଏହି ବିରଳ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ବେଳେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜଙ୍ଗଲରେ ଛାଡି ଦିଆଯାଇଛି। ଜଙ୍ଗଲ ବିଭାଗ ଟିମରେ ଫରେଷ୍ଟର ଅକ୍ଷୟ ମହାନ୍ତି, ପ୍ରାଣୀ ବିଜ୍ଞାନୀ ଶିବାଶିଷ ଓ ଶାନ୍ତି ଭୂଷଣ ସହ ବହୁ କର୍ମଚାରୀ ଥିଲେ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA