ଆରଏସଏସର ଶତାବ୍ଦୀ ଉତ୍ସବ ସମାରୋହ
Odisha, 28 ସେପ୍ଟେମ୍ବର (ହି.ସ.)ଖୋର୍ଦ୍ଧା,ରାଷ୍ଟ୍ରୀୟ ସୟଂସେବକ ସଂଘ ଆରଏସଏସର ଶତାବ୍ଦୀ ଉତ୍ସବର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଖୋର୍ଦ୍ଧା ନଗର ପକ୍ଷରୁ ବିଶାଳ ପଥ ସଂଚଳନ ଏବଂ ଶତାବ୍ଦୀ ଉତ୍ସବ ବିଜେବି ହାଇସ୍କୁଲ ଖେଳପଡିଆରେ ରବିବାର ଅନୁଷ୍ଠିତ ହୋଇଯାଇଛି । ୫ଶହରୁ ଉର୍ଦ୍ଧ ସୟଂସେବକ ପୂର୍ଣ୍ଣ
ଆର୍ ଏସ ଏସ


Odisha, 28 ସେପ୍ଟେମ୍ବର (ହି.ସ.)ଖୋର୍ଦ୍ଧା,ରାଷ୍ଟ୍ରୀୟ ସୟଂସେବକ ସଂଘ ଆରଏସଏସର ଶତାବ୍ଦୀ ଉତ୍ସବର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଖୋର୍ଦ୍ଧା ନଗର ପକ୍ଷରୁ ବିଶାଳ ପଥ ସଂଚଳନ ଏବଂ ଶତାବ୍ଦୀ ଉତ୍ସବ ବିଜେବି ହାଇସ୍କୁଲ ଖେଳପଡିଆରେ ରବିବାର ଅନୁଷ୍ଠିତ ହୋଇଯାଇଛି । ୫ଶହରୁ ଉର୍ଦ୍ଧ ସୟଂସେବକ ପୂର୍ଣ୍ଣଗଣବେଶରେ ଘୋଷବାତ୍ୟ ତାଳେ ତଳେ ନଗର ପରିକ୍ରମା କରି ବିଜେବି ହାଇସ୍କୁଲରେ ପହଂଞ୍ଚିଥିଲେ । ସେଠାରେ ସୟଂସେବକ ମାନେ ଶାରୀରିକ, ବ୍ୟାୟମ, ଦଣ୍ଡ ଏବଂ ଘୋଷ ର ପ୍ରଦର୍ଶନ କରିଥିଲେ । ଆୟୋଜିତ ସମାରୋହରେ ଆରଏସଏସ ପୂର୍ବ ପ୍ରାପ୍ତ ସଦ୍‌ଭାବନା ପ୍ରମୁଖ ଇଂ ପ୍ରଭାତ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ସଂଘ ର ଗୌରବମୟ ଇତିହାସ ଏବଂ ଶତାବ୍ଦୀ ବର୍ଷ ସମ୍ପର୍କରେ କହିଥିଲେ । ୧୯୨୫ ମସିହାରେ ବିଜୟା ଦଶମୀରେ ରାଷ୍ଟ୍ରୀୟ ସୟଂସେବକ ସଂଘ(ଆରଏସଏସ) ପ୍ରତିଷ୍ଠା ହୋଇଥିଲା । ଆଜି ସାରା ବିଶ୍ବରେ ସଂଘ ଏକ ବିଶାଳ କଳ୍ପବୃକ୍ଷ ଭାବେ ଠିଆ ହୋଇ ସମାଜକୁ ମାର୍ଗଦର୍ଶନ କରୁଛି । ପରମବୈଭବଶାଳୀ ରାଷ୍ଟ୍ର ନିର୍ମାଣ ଲକ୍ଷ୍ଯ ନେଇ ଡକ୍ତରୀଜୀ ସଂଘ ଆରମ୍ଭ କରିଥିଲେ। ପରେ ଦ୍ଵିତୀୟ ସରସଂଘଚାଳକ ଶ୍ରୀଗୁରୁଜୀ ସଂଘର ପରିବ୍ୟାପ୍ତ କରିଥିଲେ । ଆଜି ସଂଘ ବିଶ୍ବର ଏକମାତ୍ର ସମର୍ପିତ ସଂଗଠନ ଭାବେ ଶହେ ବର୍ଷ ପୂରଣ କରିବାକୁ ଯାଉଛି । ଆଜି ଠାରୁ ସଂଘ ଶତବାର୍ଷିକୀ ସମାରୋହ ଶୁଭାରମ୍ଭ ହେଲା । ଆଜି ଠାରୁ ବର୍ଷେ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ସାରା ଭାରତରେ ଚାଲିବ । ସମାଜରେ ପର୍ଯ୍ୟବରଣ, ସାମାଜିକ ସମରାସତା ଜରୁରୀ । ବର୍ତମାନ ଯୌଥ ପରିବାର ନଷ୍ଟ ହେବାକୁ ବସିଲି । ପରିବାର କୁଟୁମ୍ଭ ପ୍ରବନ୍ଧନ, ଯୁବପିଢି ଦେଶର ଭବିଷ୍ୟତ, ସେମାନଙ୍କୁ ଉଚିତ ମାର୍ଗଦର୍ଶନ ପାଇଁ ଯୁବା ସମ୍ମିଳନୀ, ପ୍ରତ୍ୟେକ ବର୍ଗର ଲୋକଙ୍କ ପାଖରେ ପହଂଚିବ । ସୟଂସେବକ ମାନେ ଗାଁ ଗାଁରେ ବୁଲି ସମାଜକୁ ଯୋଡିବା ପାଇଁ କାମ କରିବେ । ଦେଶକୁ ପୁଣି ଥରେ ବିଶ୍ବର ଗୁରୁ ଆସନରେ ଦେଖିବାକୁ ହେଲେ ସଂଘ ଠୁ ଦୂରରେ ନୁହଁ ବରଂ ସହଭାଗୀ ହେବାକୁ ମୁଖ୍ୟବକ୍ତା ସାହ ପରାମର୍ଶ ଦେଇଥିଲେ ।

ଅନ୍ୟ ମାନଙ୍କ ମଧରେ ପୂର୍ବତନ ନ୍ୟାୟିକ ଅଧିକାରୀ ସୁରେନ୍ଦ୍ର ନାଥ ପାଢୀ ମୁଖ୍ୟଅତିଥି, ଜିଲା ସଂଘଚାଳକ ନିରଞ୍ଜନ ସାହୁ, ନଗର ସଂଘଚାଳକ କିଶୋର ଚନ୍ଦ୍ର ବରାଳ ପ୍ରମୁଖ ମଂଚାସନା ଥିଲେ । ନଗର କାର୍ଯ୍ୟବାହ ପ୍ରଶାନ୍ତ ବେହେରା ଓ ଅନ୍ୟ ମାନେ ପରିଚାଳନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande