ବେପାରୁଆ ଢ଼ଙ୍ଗରେ ଗାଡ଼ି ଚାଳନା ଯୋଗୁ ଦୁର୍ଘଟଣା, ଅଳ୍ପକେ ଏକ ବଡ଼ ବିପଦରୁ ବର୍ତିଲେ ଯାତ୍ରୀକେନ୍ଦୁଝର, ୨୮ ସେପ୍ଟେମ୍ବର(ହି.ସ.) – ଚାଳକର ବେପାରୁଆ ଢ଼ଙ୍ଗରେ ଗାଡ଼ି ଚାଳନା ଯୋଗୁ ଦୁର୍ଘଟଣା ଅଳ୍ପକେ ବର୍ତିଲେ ଯାତ୍ରୀ।ବସ୍ ଚାଳକର ଖାମଖିଆଲି ମନୋଭାବ ଓ ବେପାରୁଆ ଢ଼ଙ୍ଗରେ ଗାଡ଼ି ଚାଳନା ଯୋଗୁ ଦୁର୍ଘଟଣା, ଅଳ୍ପକେ ଏକ ବଡ଼ ବିପଦରୁ ବର୍ତିଲେ ଯାତ୍ରୀ। ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଥାନା ଅନ୍ତର୍ଗତରେ। ଏକ ଯାତ୍ରୀବାହି ବସ୍ଯାତ୍ରୀଙ୍କୁ ନେଇ କେନ୍ଦୁଝରରୁ ବଡ଼ବିଲ ଅଭିମୁଖେ ଆସୁଥିବା ସମୟରେ ଘଟିଛି ଏହି ଅଘଟଣ। ଯୋଡ଼ା ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥ ବିଲେଇପଦା ଟୋଲଗେଟ ନିକଟରେ ଭାରସାମ୍ୟ ହରାଇ ଦିଭାଇଡର ଉପରକୁ ଚଢିଗଲା ଯାତ୍ରୀବାହୀ ବସ। ଅମ୍ବିକା ନାମକ ଏକ ଯାତ୍ରୀବାହୀ ବସ କେନ୍ଦୁଝରରୁ ବଡବିଲ ଅଭିମୁଖେ ଆସୁଥିବାବେଳେ ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦା ନିକଟରେ ଭାରସାମ୍ୟ ହରାଇ ଡିଭାଇଡରରେ ଚଢିଯିବାରୁ ଜଣେ ଯାତ୍ରୀ ଗୁରୁତର ଆହତ ହେଇଥିବା ବେଳେ ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ଥିବାନେଇ ସୂଚନା। ତେବେ ଖବର ପାଇ ଘଟଣା ସ୍ଥଳରେ ପୋଲିସ୍ ପହଂଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛି।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA