ସମ୍ବଲପୁର, ୨୮ ସେପ୍ଟେମ୍ବର(ହି.ସ.) – ସାର୍ବଜନୀନ ଦୁର୍ଗା ପୂଜା ଏବଂ ନବରାତ୍ର ସମିତି, ସମଲେଇ ମନ୍ଦିର, ସମଲେଇପଦର ସୌଜନ୍ୟରେ ଶୁକ୍ଳପକ୍ଷ ଷଷ୍ଠୀ ପୂଜା ଅବସରରେ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଛି। ଆଜି ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଅନ୍ନ ଭୋଗ ଦିଆଯାଇଥିଲା। ଆଗାମୀ ଦଶମୀ ପର୍ଯ୍ୟନ୍ତ ଏହି ପ୍ରସାଦ ଉପଲବ୍ଧ ରହିବ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ବୋଧରାମ ଓରାମ, ଜ୍ୟୋସ୍ନା ମିଞ୍ଜ, ସମିତିର ଡାକ୍ତର ସଂଜୀବ କୁମାର ମିଶ୍ର, ହାରାଚାନ୍ଦ କଠାର, କେଶବ ଭୁଏ, ଜସ୍ମନ୍ ସିଂହ, ଉମେଶ ଖଡିଆ, ସୂର୍ଯ୍ୟକାନ୍ତ ସାହୁ, ଅରୁନ ଭୁଏ ସକ୍ରିୟ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ