ସୁନ୍ଦୁରିଆ ପଂଚାୟତରେ ଧର୍ମଶାଳା ବିଧାୟକଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା
ଧର୍ମଶାଳା, ୨୮ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ସୁନ୍ଦୁରିଆ ପଂଚାୟତରେ ଧର୍ମଶାଳା ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ୧୬ନଂ ଜାତୀୟ ରାଜପଥର ସାରୋଇ ଛକରୁ ଶହ ଶହ ବିଜେପି କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହ
ସୁନ୍ଦୁରିଆ ପଂଚାୟତରେ ଧର୍ମଶାଳା ବିଧାୟକଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା


ଧର୍ମଶାଳା, ୨୮ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ସୁନ୍ଦୁରିଆ ପଂଚାୟତରେ ଧର୍ମଶାଳା ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ୧୬ନଂ ଜାତୀୟ ରାଜପଥର ସାରୋଇ ଛକରୁ ଶହ ଶହ ବିଜେପି କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ସଭାସ୍ଥଳ କୁ ପାଛୋଟି ଆଣିଥିଲେ । ସୁନ୍ଦୁରିଆ ସରପଂଚ ନିର୍ମଳ କୁମାର ଦାସଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ବିଧାୟକ ଶ୍ରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଜେପି ଜିଲ୍ଲା ସଭାପତି ଦେବଜାନୀ ପ୍ରଧାନ, ବିଜେପି ନେତା ସର୍ବେଶ୍ୱର ବେହୁରା ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦଘାଟନ କରିଥିଲେ । ଏଥିରେ ଯୁବ ସଙ୍ଗଠକ ସ୍ୱାଗତ ଦାସ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ ୧୪ନଂ ଜୋନ ମଣ୍ଡଳ ସଭାପତି ଦେବଦତ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ଦୀର୍ଘ ୨୪ବର୍ଷ ଧରି ବିଜେଡି ସରକାର ସମୟରେ ଏହି ପଂଚାୟତର ଲୋକମାନଙ୍କୁ ଦୁର୍ଦ୍ଦିନ ଅବସ୍ଥାରେ ରଖା ଯାଇଥିଲା । ପଂଚାୟତ ବାସି ବିଭିନ୍ନ ସରକାରୀ ଯୋଜନା ରୁ ବଂଚିତ ହୋଇଥିବା ବେଳେ ବର୍ତମାନ ର ବିଧାୟକ ସରକାର ଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଓ ଯୋଜନା ପହଂଚାଇ ପାରିଥିବାରୁ ତାଙ୍କ କାର୍ଯ୍‌୍ୟ ଦକ୍ଷତା ଦେଖି ଶହ ଶହ ପୁରୁଷ ଓ ମହିଳା କର୍ମୀ ମାନେ ନିର୍ବାଚନର ୧୫ମାସ ପରେ ମଧ୍ୟ ବିଧାୟକ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ । ସେହିପରି ପୂର୍ବତନ ବିଧାୟକ ଏବଂ କର୍ମୀ ମାନେ କେବଳ ଲୁଟ୍ କରିବା ରେ ବ୍ୟସ୍ତ ଥିବାରୁ ପଂଚାୟତ ବାସି ଆଜି ଦୁର୍ଦ୍ଦିନ ଅବସ୍ଥାରେ ପଡି ରହିଥିଲେ ବୋଲି ବିଧାୟକ ହିମାଂଶୁ ଶେଖର ସାହୁ କହିଛନ୍ତି । ସେଥିପାଇଁ ପଂଚାୟତର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ନକ୍ସା ପ୍ରସ୍ତୁତ ହବା ସହ ବିଭିନ୍ନ ସ୍ଥାନରେ କାର୍ଯ୍‌୍ୟ ଆରମ୍ଭ ହୋଇଛି । ପଂଚାୟତ ରେ କେହି ଜଣେ ଭୂମିହୀନ ରହିବେ ନାହିଁ । ସମସ୍ତଙ୍କୁ ସରକାରଙ୍କ ଦ୍ୱାରା ପକ୍କା ଘର ଯେଗାଇ ଦିଆଯିବା ସହ ପଂଚାୟତ ର ମାନଚିତ୍ର ସମ୍ପୂର୍ଣ୍ଣ ରୂପେ ବଳାଲାଇ ଦିଆ ଯିବ ବୋଲି ବିଧାୟକ ଶ୍ରୀ ସାହୁ ଉପସ୍ଥିତ ପଂଚାୟତବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ସଭା ସରିବା ପରେ ବିଧାୟକ ଶ୍ରୀ ସାହୁ ନିକଟସ୍ଥ ସବର ସାହିରେ ପହଁଚି ସାହି ଲୋକଙ୍କ ସମସ୍ୟା ପଚାରି ବୁଝିବା ସହ ଏହାର ସମାଧାନ ଦିଗରେ ପଦକ୍ଷେପ ନେଇଥିବା ଦେଖିବାକୁ ମିଳିଥିଲା । ଅୟୋଜିତ ସମସ୍ତ କାର୍ଯ୍ୟକ୍ରମକୁ ସମିତିସଭ୍ୟ ନିତ୍ୟାନନ୍ଦ ବିଶ୍ୱାଳ, ସ୍ୱାଗତ ଦାସ, ସପ୍ତସାଗର ଦାସ, ଇନ୍ଦ୍ରଜିତ ବେହେରା ଓ ପ୍ରଦୀପ ସାହୁ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande