ବିଜମରା ବିଦେଶୀ ମଦ ଦୋକାନରୁ ଚୋରି
ମୁଖୀଗୁଡା, ୨୯ ସେପ୍ଟେମ୍ବର (ହି.ସ.)- କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ବିଜମରା ବିଦେଶୀ ମଦ ଦୋକାନରୁ ଚୋରି । ଗତକାଲି ରାତିରେ ଏହି ଦୋକାନର କାନ୍ଥ ଭାଙ୍ଗି ପ୍ରାୟ ୧୦ ଲକ୍ଷ ଟଙ୍କା ଚୋରି ହୋଇଛି । ଆଜି ମଦ ନିଗମରେ ଏହା ଡିପୋଜିଟ ହେବାର ଥିଲା । ଏହାପରେ କଲମପୁର ପୋଲିସ ତନାଘନା ଆରମ୍ଭ କରିଛ
ବିଜମରା ବିଦେଶୀ ମଦ ଦୋକାନରୁ ଚୋରି


ମୁଖୀଗୁଡା, ୨୯ ସେପ୍ଟେମ୍ବର (ହି.ସ.)- କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ବିଜମରା ବିଦେଶୀ ମଦ ଦୋକାନରୁ ଚୋରି । ଗତକାଲି ରାତିରେ ଏହି ଦୋକାନର କାନ୍ଥ ଭାଙ୍ଗି ପ୍ରାୟ ୧୦ ଲକ୍ଷ ଟଙ୍କା ଚୋରି ହୋଇଛି । ଆଜି ମଦ ନିଗମରେ ଏହା ଡିପୋଜିଟ ହେବାର ଥିଲା । ଏହାପରେ କଲମପୁର ପୋଲିସ ତନାଘନା ଆରମ୍ଭ କରିଛି। ଘଟଣାସ୍ଥଳରେ ଧର୍ମଗଡ ଏସଡିପିଓ ଡୋଲାମଣି ଭୋଇ ତଦନ୍ତ ଆରମ୍ଭ କରିଛନ୍ତି।ପ୍ରମାଣ ନଷ୍ଟ କରିବା ପାଇଁ ଚୋର ମାନେ ସିସି ଟିଭି ହାଡଡିସ୍କକୁ ନେଇ ଯାଇଛନ୍ତି।

ଗତ ରାତିରେ ବାନେର ଠାରେ ମାବୁଢ଼ୀପଦରେନଙ୍କ ଦଶହରା ଉତ୍ସବ ପାଳିତ ହୋଇଥିଲା । ଏହି ମଦ ଦୋକାନ ଉତ୍ସବ ପାଳନ ସ୍ଥଳର ପ୍ରାୟ ୧ କି.ମି. ଦୂରରେ ରହିଛି। ଉତ୍ସବ ପାଳନରେ ପୋଲିସ ମୁତୟନ ସତ୍ବେ କିପରି ଚୋରମାନେ ବିଦେଶୀ ମଦ ଦୋକାନରୁ ଟଙ୍କା ନେଇଗଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗତ ୨୭ ତାରିଖ ରାତିରେ ତାଳଗୁଡ଼ ମା' ଡୋକରି ମନ୍ଦିରର ଦାନବାକ୍ସ ଭାଙ୍ଗି ଟଙ୍କା ନେବା ପରେ ଗତ ରାତିରେ ପୁଣି ବିଜମରା ବିଦେଶୀ ମଦ ଦୋକାନରୁ ଚୋରି ହେବା ପାର୍ବଣରେ ଚୋର ସକ୍ରିୟ ଥିବା ଦର୍ଶାଉଛି ।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande