ବିଶ୍ୱ ହୃଦୟ ଦିବସରେ ସୁସ୍ଥ ଜୀବନଶୈଳୀ ଆପଣାଇବାକୁ ଆହ୍ୱାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 29 ସେପ୍ଟେମ୍ବର (ହି.ସ.) ବିଶ୍ୱ ହୃଦୟ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁସ୍ଥ ଜୀବନଶୈଳୀ ଆପଣାଇବାକୁ ଆହ୍ୱାନ କରିଛନ୍ତି । ସେ ସୋସିଆଲ ମିଡିଆରେ ତାଙ୍କ ବାର୍ତାରେ ଲେଖିଛନ୍ତି, ସୁସ୍ଥ ହୃଦୟ ହିଁ ସୁସ୍ଥ ଜୀବନର ଆଧାର। ବିଶ୍ୱ ହୃଦୟ ଦିବସ ଆମ ସମସ୍ତଙ୍କୁ ସୁସ୍ଥ ଜୀବନଶୈଳୀ ଆପଣ
ବିଶ୍ୱ ହୃଦୟ ଦିବସରେ ସୁସ୍ଥ ଜୀବନଶୈଳୀ ଆପଣାଇବାକୁ ଆହ୍ୱାନ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 29 ସେପ୍ଟେମ୍ବର (ହି.ସ.) ବିଶ୍ୱ ହୃଦୟ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁସ୍ଥ ଜୀବନଶୈଳୀ ଆପଣାଇବାକୁ ଆହ୍ୱାନ କରିଛନ୍ତି ।

ସେ ସୋସିଆଲ ମିଡିଆରେ ତାଙ୍କ ବାର୍ତାରେ ଲେଖିଛନ୍ତି, ସୁସ୍ଥ ହୃଦୟ ହିଁ ସୁସ୍ଥ ଜୀବନର ଆଧାର। ବିଶ୍ୱ ହୃଦୟ ଦିବସ ଆମ ସମସ୍ତଙ୍କୁ ସୁସ୍ଥ ଜୀବନଶୈଳୀ ଆପଣାଇବା ସହ ପ୍ରତିଷେଧକ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଗ୍ରହଣ କରିବା ଓ ହୃଦ୍‌ରୋଗ ସମ୍ବନ୍ଧରେ ସଚେତନତା ବୃଦ୍ଧି କରିବାକୁ ପ୍ରୋତ୍ସାହିତ କରିଥାଏ।ନିୟମିତ ବ୍ୟାୟାମ, ସନ୍ତୁଳିତ ଖାଦ୍ୟ ଏବଂ ସଠିକ୍ ସମୟରେ ଡାକ୍ତରୀ ପରାମର୍ଶ ସହିତ, ଅନେକ ହୃଦ୍‌ଜନିତ ରୋଗକୁ ପ୍ରତିହତ କରାଯାଇପାରିବ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande