ଚମ୍ପୁଆ ଦୁର୍ଗାପୂଜାରେ ଝଲସୁଛି ରାଷ୍ଟ୍ରପତି ଭବନ ତୋରଣ
କେନ୍ଦୁଝର, ୨୯ ସେପ୍ଟେମ୍ବର(ହି.ସ.) – ଚମ୍ପୁଆ କଚେରି ପଡିଆ ଠାରେ ସାର୍ବଜନୀନ ଦୁର୍ଗାପୂଜାରେ ଚଳିତବର୍ଷ ରାଷ୍ଟ୍ରପତି ଭବନ ସଦୃଶ ସୁଉଚ୍ଚ ତୋରଣ ଶୋଭାପାଉଛି। ୨୮ ତାରିଖ ବେଲବରଣୀ, ୨୯ ତାରିଖ ୬.୩୦ ମିନିଟ ସମୟରେ କଳସ ଯାତ୍ରା ପାଇଁ ବୈତରଣୀ ଗମନ ଓ ୯.୩୦ ମିନିଟ ସୁଦ୍ଧା ଘଟ ସ୍ଥାପନ ଓ ସପ୍ତମୀ ପୂଜା କାର୍
ଚମ୍ପୁଆ ଦୁର୍ଗାପୂଜାରେ ଝଲସୁଛି ରାଷ୍ଟ୍ରପତି ଭବନ ତୋରଣ


କେନ୍ଦୁଝର, ୨୯ ସେପ୍ଟେମ୍ବର(ହି.ସ.) – ଚମ୍ପୁଆ କଚେରି ପଡିଆ ଠାରେ ସାର୍ବଜନୀନ ଦୁର୍ଗାପୂଜାରେ ଚଳିତବର୍ଷ ରାଷ୍ଟ୍ରପତି ଭବନ ସଦୃଶ ସୁଉଚ୍ଚ ତୋରଣ ଶୋଭାପାଉଛି। ୨୮ ତାରିଖ ବେଲବରଣୀ, ୨୯ ତାରିଖ ୬.୩୦ ମିନିଟ ସମୟରେ କଳସ ଯାତ୍ରା ପାଇଁ ବୈତରଣୀ ଗମନ ଓ ୯.୩୦ ମିନିଟ ସୁଦ୍ଧା ଘଟ ସ୍ଥାପନ ଓ ସପ୍ତମୀ ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିବା ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ସୂଚନା ମିଳିଛି। ଏହାଛଡା ଭୁବନେଶ୍ୱରର ପ୍ରତିଷ୍ଠିତ ବେଦଜ୍ଞ ପଣ୍ଡିତଙ୍କ ଦ୍ୱାରା ମାଆ ଦୁର୍ଗାଙ୍କର ପୂଜା ଅର୍ଜନା କରାଯାଉଛି। ସେହିପରି ଶିବଜାଗର ପଡିଆଠାରେ ମାଆ ଜଗତଜନନୀ ଦୁର୍ଗାପୂଜା କମିଟି ପକ୍ଷରୁ ତଦନୁରୂପ ମାଆ ଜଗତଜନନୀ ଦୁର୍ଗାଙ୍କ ପୂଜା ମଧ୍ୟ ଧୁମଧାମରେ ଅନୁଷ୍ଠିତ ହେଉଛି। ସେଥୁନିମନ୍ତେ ଗତ ତିନିଦିନ ଧରି ମିନାବଜାର ଓ ବିଭିନ୍ନପ୍ରକାର ଦୋକାନ ବଜାର ସାଜସଜ୍ଜା ହୋଇଥିବା ଦେଖିବାକୁ ମିଳିଛି। ପାର୍ବଣ ଋତୁରେ ଶାନ୍ତିଶୃଙ୍ଖଳାର ସହିତ କିପରି ଦୁର୍ଗାପୂଜା ସମ୍ପର୍ଣ୍ଣ ହେବ ସେଥିପ୍ରତି ସ୍ଥାନୀୟ ପ୍ରଶାସନ ଓ ପୁଲିସ ପ୍ରଶାସନ ସଜାଗ ରହିବା ସହିତ କମିଟିମାନଙ୍କୁ ଏଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande