ଯୋଡ଼ା ନଗର ସଞ୍ଚାଳନ କାର୍ଯ୍ୟକ୍ରମ
କେନ୍ଦୁଝର, 29 ସେପ୍ଟେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲା ଯୋଡା ସହରରେ ଆର୍‌ଏସ୍ଏସ୍‌ର ଶତାବ୍ଦୀ ବର୍ଷରେ ନଗର ସଞ୍ଚାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଡା ବନପାଳ ତ୍ରିନାଥ ଜେନା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସହ କାର୍ଯ୍ୟବାହ ପ୍ରିନ୍ସ ଆପଟ୍ଟ, ମୁଖ୍ୟବକ୍ତା ଭାବେ
ଯୋଡ଼ା ନଗର ସଞ୍ଚାଳନ କାର୍ଯ୍ୟକ୍ରମ


କେନ୍ଦୁଝର, 29 ସେପ୍ଟେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲା ଯୋଡା ସହରରେ ଆର୍‌ଏସ୍ଏସ୍‌ର ଶତାବ୍ଦୀ ବର୍ଷରେ ନଗର ସଞ୍ଚାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଡା ବନପାଳ ତ୍ରିନାଥ ଜେନା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସହ କାର୍ଯ୍ୟବାହ ପ୍ରିନ୍ସ ଆପଟ୍ଟ, ମୁଖ୍ୟବକ୍ତା ଭାବେ ବିଭାଗ ପ୍ରଚାରକ ତପନ ନାୟକ, ପ୍ରାର୍ଥନା ପ୍ରମୁଖ ଦିଲ୍ଲୀପ କୁମାର ଦାସ ଯୋଗ ଦେଇ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଭାବେ ଯୋଡା ନଗର କାର୍ଯ୍ୟବାହ ଆନନ୍ଦ ବାରିକ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମ ସଞ୍ଚଳନ ଦାୟିତ୍ଵ ତୁଲାଇଥିଲେ ଅଜୟ ଦାସ, ଭିଗୁ ନାଥ ସିଂ, ବୀରେନ ଲୋହାର। ଶନିବାର ପଶ୍ଚିମ ଯୋଡା ଅଡିଟୋରିଅମରେ କାର୍ଯ୍ୟକ୍ରମ ଅନୁଷ୍ଠିତ

ହୋଇଥିଲା। ସଂଘ ପ୍ରାର୍ଥନା ହେବା ପରେ ଆର୍‌ଏସ୍ଏସ୍‌ର ଶତାଧିକ ସ୍ୱୟଂ ସେବକ ମାନେ ପଥ ସଞ୍ଚଳନରେ ନଗର ପରିକ୍ରମା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande