ଭୁବନେଶ୍ୱର, 29 ସେପ୍ଟେମ୍ବର (ହି.ସ.)
- ମମିତା ମେହେର
ହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ବାବୁ ସିଂ । ସେ କହିଛନ୍ତି ଯେ, ମହାଲିଙ୍ଗ
କଲେଜକୁ ବିଜେଡ଼ି ନେତା ମାନେ ନିୟମିତ ଯାଉଥିଲେ । ତାପରେ ମମିତା ମେହେରଙ୍କ ହତ୍ୟା ହୋଇଛି ।
ଦୋଷୀ ମାନଙ୍କୁ ପୂର୍ବ ସରକାର ଘଣ୍ଟ ଘୋଡାଇଥିଲେ । ମମିତା ମେହେର ହତ୍ୟା ଘଟଣାରେ ପୂର୍ବତନ
ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏବଂ ବିଜେଡ଼ିର ଅନ୍ୟ କିଛି ନେତାଙ୍କ ସଂପୃକ୍ତି ଥିବା ନେଇ
ଅଭିଯୋଗ ହୋଇଥିଲା । ତେଣୁ ଲୋକ ମାନେ ଜାଣିବାକୁ ଚାହୁଁଛନ୍ତି କେଉଁ ମାନେ ଏଥିରେ ସଂପୃକ୍ତ ।
ରାଜନୈତିକ ବ୍ୟକ୍ତିଙ୍କର ଏଥିରେ ସଂପୃକ୍ତି ଅଛି କି ନାହିଁ ? ମହାଲିଙ୍ଗ କଲେଜକୁ କାହିଁକି ରାଜନୈତିକ ଲୋକ ମାନେ ବାରମ୍ବାର ଯାଉଥିଲେ ?
ଏ ସବୁ କଥା ଓଡ଼ିଶାବାସୀ ଜାଣିବାକୁ ଚାହୁଁଛନ୍ତି । ତେବେ ବିଜେପି ସରକାର ଉପରେ
ଲୋକଙ୍କର ଭରସା ଅଛି । ପୂର୍ବ ସରକାର ଭଳି ନୁହେଁ ବିଜେପି ସରକାର । ତେଣୁ ସବୁ କଥା ବିଚାର କରି
ରାଜ୍ୟ ସରକାର ଠିକ୍ ସମୟରେ ଠିକ ନିଷ୍ପତି ନେବେ । ଯିଏ ବି ଏ ଘଟଣାରେ ସଂପୃକ୍ତ ଥିବେ ଦଣ୍ଡ
ପାଇବେ ବୋଲି ବାବୁ ସିଂ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା