ଅକ୍ଟୋବର 9ରୁ ନଭେମ୍ବର 9 ଯାଏଁ ପଦଯାତ୍ରା କରିବ ବିଜେଡି
ଭୁବନେଶ୍ୱର, 29 ସେପ୍ଟେମ୍ବର (ହି.ସ.)- ଜନସମ୍ପର୍କ ପଦଯାତ୍ରା ବିଜେଡିର ପ୍ରମୁଖ କାର୍ଯ୍ୟକ୍ରମ ।ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀରୁ ଅକ୍ଟୋବର 11 ଜୟ ପ୍ରକାଶ ନାରାୟଣ ଜୟନ୍ତୀ ଯାଏଁ ପ୍ରତି ବର୍ଷ ପଦଯାତ୍ରା ହୁଏ ଲୋକଙ୍କ ସମସ୍ୟା ନେଇ ତାଙ୍କ ପାଖକୁ ଯାଇ ଆଲୋଚନା
ଅକ୍ଟୋବର 9ରୁ ନଭେମ୍ବର 9 ଯାଏଁ       ପଦଯାତ୍ରା କରିବ ବିଜେଡି


ଭୁବନେଶ୍ୱର, 29 ସେପ୍ଟେମ୍ବର (ହି.ସ.)- ଜନସମ୍ପର୍କ

ପଦଯାତ୍ରା ବିଜେଡିର ପ୍ରମୁଖ କାର୍ଯ୍ୟକ୍ରମ ।ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀରୁ ଅକ୍ଟୋବର 11 ଜୟ ପ୍ରକାଶ ନାରାୟଣ ଜୟନ୍ତୀ ଯାଏଁ ପ୍ରତି ବର୍ଷ ପଦଯାତ୍ରା

ହୁଏ ଲୋକଙ୍କ ସମସ୍ୟା ନେଇ ତାଙ୍କ ପାଖକୁ ଯାଇ

ଆଲୋଚନା ହୁଏ ଓ ସମାଧାନର ବାଟ ବାହାରେ । ଏଥର ପର୍ବପର୍ବାଣୀ ଯୋଗୁଁ ଅକ୍ଟୋବର ଦୁଇରେ ଗାନ୍ଧୀଙ୍କ

ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପଦଯାତ୍ରା ପାଇଁ ସଂକଳ୍ପ ନିଆଯିବ । ଅକ୍ଟୋବର 9ରୁ ନଭେମ୍ବର 9 ଯାଏଁ ପଦଯାତ୍ରା ହେବ । ସରକାରଙ୍କ ବିରୋଧରେ

ଜନଅସନ୍ତୋଷ ଥିବାରୁ ଏଥର ପଦଯାତ୍ରା ବହୁ ଗୁରୁତ୍ୱ ବହନ କରିବ । ଦଳୀୟ ସଭାପତି ଫେରିବା ପରେ

ପଦଯାତ୍ରାରେ ସାମିଲ ହେବା ନେଇ ନିଷ୍ପତ୍ତି ନେବେ ବୋଲି ପ୍ରଶାନ୍ତ ମୁଦୁଲି କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande