ଭୁବନେଶ୍ୱର, 29 ସେପ୍ଟେମ୍ବର (ହି.ସ.)- ବିଜେଡି ନୂଆପଡା
ଉପନିର୍ବାଚନରେ ଭଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେଡି ନେତା ପ୍ରଶାନ୍ତ
ମୁଦୁଲି । ସେ କହିଛନ୍ତି ଯେ, ନୂଆପଡା ଉପନିର୍ବାଚନ ମାହୋଲ ଆରମ୍ଭ ହେଲାଣି । ଲୋକପ୍ରିୟ ନେତା
ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ହୋଇଛି । ତାଙ୍କ ପରିବାର ପ୍ରତି ଲୋକଙ୍କ ଭଲ ପାଇବା ଅଛି ।
ତେଣୁ ବିଜେଡି ଉପନିର୍ବାଚନରେ ଭଲ କରିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା