ଭୁବନେଶ୍ୱର, 29 ସେପ୍ଟେମ୍ବର (ହି.ସ.)- ଗୋବିନ୍ଦ
ସାହୁଙ୍କ ଝିଅ ଅଭିଯୋଗ ନେଇ ବିଜେଡି ନେତା ପ୍ରଶାନ୍ତ ସାହୁ ପ୍ରତିକ୍ରିୟା ରଖିଛନ୍ତି । ସେ
କହିଛନ୍ତି ଯେ, ଯାହାଙ୍କ ପାଖରେ ଅଭିଯୋଗ ଆଣିଛନ୍ତି ସେମାନେ ନିଷ୍ପତି ନେବେ | ଆଇନ ତା ବାଟରେ ଯିବ | ସରକାର
ପରିବର୍ତନ ହେବା ପରେ ସେମାନେ ଚାହିଁବେ ବିଭିନ୍ନ କଥାକୁ ଉଖୁରାଇବା ପାଇଁ | ଆଇନ ତା ବାଟରେ ଯିବ ସତ୍ୟକୁ କେହି ଉଖୁରାଇ ପାରିବେନି | ପୁରୁଣା
ଫାଇଲ ଖୋଲିଲେ ବିଜେଡି ପାଇଁ ଅଡୁଆ ହେବ କି ନାହିଁ ସମୟ କହିବ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା