କେନ୍ଦୁଝର, 3 ସେପ୍ଟେମ୍ବର (ହି.ସ.)
ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସ୍ବାମ ବିରଜୟଗୋବିନ୍ଦପୁର ଶାସନ ରେ ବୁଧବାର ବଡ଼ ଏକାଦଶୀ ଅବସର ରେ ହରିହାଟ ଅନୁଷ୍ଠିତ ହୋଇଛି। ସ୍ବାମ ଶାସନ ମଧ୍ଯସୁ ଯଜ୍ଞ ମଣ୍ଡପରେ ଶ୍ରୀରାମ,ଲକ୍ଷ୍ମଣ,ସୀତା, ଓ ପବନ ସୁତ ହନୁମାନ, ଶ୍ରୀରାଧା ଶ୍ରୀକୃଷ୍ଣ ଙ୍କ ମୂର୍ତ୍ତି ସ୍ଥାପିତ କରି ଗ୍ରାମ ତଥା ବିଶ୍ବ କଲ୍ୟାଣ ସକାଶେ ହରି ହାଟ ଅନୁଷ୍ଠିତ ହୋଇଛି। ମଣ୍ଡପରେ ସାମୁହିକ ଗୀତା,ଭାଗବତ ପୁରାଣ ଆବୃତ୍ତି କରାଯାଇଛି। ମୁଖ୍ୟ ପୂଜକ ଭାବେ ପଣ୍ଡିତ ଅଲେଖ ତ୍ରିପାଠୀ ଓ ସୁଶାନୁ ଶେଖର ଦାଶ ନୀତି କାନ୍ତି ରେ ପୂଜା ଅର୍ଚନା କରିଥିବା ବେଳେ କର୍ତା ଭାବେ ଗୌରୀ ରଞ୍ଜନ ମିଶ୍ର ଦେବନୀତି ସମ୍ପାଦନ କରିଥିଲେ ।
ବିଭିନ୍ନ ପୁରାଣକୁ ଅଜିତ କୁମାର ଦାଶ, ବୀର ମୋହନ ଦ୍ବିବେଦୀ,ତରୁଣ କୁମାର ତ୍ରିପାଠୀ,ଗୌର ଚନ୍ଦ୍ର ତ୍ରିପାଠୀ, ସନ୍ତୋଷ ତ୍ରିପାଠୀ, ଶିବ ପ୍ରସାଦ ଦାଶ, ଭାଗିରଥ୍ ଦାଶ, ଦୈତାରି ଶତପଥୀ,ଲୋକ ନାଥ ମିଶ୍ର, ଭାଗିରଥୂ ଦାଶ, ଭବେଶ ରଞ୍ଜନ ତ୍ରିପାଠୀ, ଅମରେନ୍ଦ୍ର ମିଶ୍ର, ସୌମ୍ୟ ରଞ୍ଜନ ଦାଶ,ମହେନ୍ଦ୍ର ମିଶ୍ର, ତରୁଣ କୁମାର ଦାଶ,କୂଳ ମଣୀ ଶତପଥୀ, ପ୍ରମୁଖ ଆବୃତ୍ତ କରିଥିଲେ। ସୁମିତି କୁମାର ପତି ଓ ଜ୍ଞାନେନ୍ଦ୍ର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପରିଶେଷରେ ସୃଷ୍ଟିର ମଙ୍ଗଳ ପାଇଁ ବିଶ୍ବ ଶାନ୍ତିଯଜ୍ଞ ଅନୁଷ୍ଠିତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA