Odisha, 5 ସେପ୍ଟେମ୍ବର (ହି.ସ.)
ସୁଇପ ଗାଡିରୁ ଗୋଡ଼ାଇ ଗଞ୍ଜେଇ ଧରିଲା ଦେଓଗାଁ ପୋଲିସ ଏହି ମାମଲା ରେ
ଅନ୍ତଃରାଜ୍ୟ ଛତିଶଗଡ ର ଦୁଇ ଚାଲାଣକାରୀ କୁ ଗିରପ କରିଛି ପୋଲିସ। ଆଜି କଣ୍ଟାମାଳ ବୌଦ୍ଧରୁ ତୁଷୁରା ନାଇକେନ ଶିରା ଛକଦେଇ ବଲାଙ୍ଗୀକୁୁ କାରରେ ଗଞ୍ଜେଇ ଆସୁଥିଲା । ଏକ ସୁଇପ କାର୍ରେ ଗଞ୍ଜେଇ ଚାଲାଣ ହେଉଥିବା ପୋଲିସକୁ ଆଗରୁ ସୂଚନା ମଧ୍ୟ ମିଳିଥିଲା। ପୁର୍ବ ପ୍ରସ୍ତୁତି ଅନୁଯାୟୀ ଫିଲ୍ମ ଷ୍ଟାଇଲରେ କାରକୁ ଗୋଡ଼ାଇ ଗୋଡ଼ାଇ ଗଞ୍ଜେଇ ଗାଡ଼ିକୁ ଧରି ପୋଲିସ ସିଜ କରିଥିଲା ।
ଏପରି ଘଟଣା ଘଟିଛି ବଲାଙ୍ଗୀର ଜିଲା ଦେଓଗାଁ ଥାନା ତୁଷୁରା ନାଇକେନସିରା ରାସ୍ତାରେ ଛକ ଠାରେ । ଗଞ୍ଜେଇ ଚାଲାଣ ଖବର ପାଇ ପୋଲିସ ପୂର୍ବରୁ ନାଇକେନଶିରା ଛକରେ ପ୍ରସ୍ତୁତ ହୋଇ ଜଗି ବସିଥିଲ। ଗଞ୍ଜେଇ ଭର୍ତି କାର ଆସିବା ପରେ, ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ କାରକୁ ସିଜ୍ କରିଛି। ପୋଲିସ ଡ୍ରାଇଭର ସହିତ ଛତିଶଗଡର ଦୁଇଜଣ ପ୍ରବୀଣ କୁମାର ମହାପାତ୍ର (୨୭) ଓ ପରମେଶ୍ବର ଦାସ (୪୦)ଙ୍କୁ ଗିରଫ କରିଛି। ମାଜିଷ୍ଟେଟଙ୍କ ଉପସ୍ଥିତିରେ ଗଞ୍ଜେଇର ଓଜନ କରାଯାଇଛି । ୩୦ କେଜି ୮୩୦ଗ୍ରାମ ଗଞେଇ ଜବତ ହୋଇଥିବା ପୋଲିସ ପଖ୍ୟରୁ ସୂଚନା ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ