କେନ୍ଦୁଝର ଆଇଟିଡିଏ ନୂତନ ପ୍ରଶାସକ କାର୍ଯ୍ୟରେ ଯୋଗଦେଲ
କେନ୍ଦୁଝର, 3 ସେପ୍ଟେମ୍ବର (ହି.ସ.) ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ବା ଆଇଟିଡିଏ, କେନ୍ଦୁଝରର ନୂତନ ପ୍ରକଳ୍ପ ପ୍ରଶାସକ ଭାବରେ ଶିବଶଙ୍କର ମିଶ୍ର ବୁଧବାର ଅପରାହ୍ନରେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଓଡିଶା ପ୍ରଶାସନିକ ସେବାର ଏହି ବରିଷ୍ଠ ଅଧୂକାରୀ ଏହା ପୂର୍ବରୁ ରାଜ୍ୟ ପ୍ରଦୂଷଣ । ନିୟନ୍ତ୍ରଣ ବୋର୍
କେନ୍ଦୁଝର ଆଇଟିଡିଏ ନୂତନ ପ୍ରଶାସକ କାର୍ଯ୍ୟରେ ଯୋଗଦେଲ


କେନ୍ଦୁଝର, 3 ସେପ୍ଟେମ୍ବର (ହି.ସ.) ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ବା ଆଇଟିଡିଏ, କେନ୍ଦୁଝରର ନୂତନ ପ୍ରକଳ୍ପ ପ୍ରଶାସକ ଭାବରେ ଶିବଶଙ୍କର ମିଶ୍ର ବୁଧବାର ଅପରାହ୍ନରେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଓଡିଶା ପ୍ରଶାସନିକ ସେବାର ଏହି ବରିଷ୍ଠ ଅଧୂକାରୀ ଏହା ପୂର୍ବରୁ ରାଜ୍ୟ ପ୍ରଦୂଷଣ । ନିୟନ୍ତ୍ରଣ ବୋର୍ଡରେ ପ୍ରଶାସନିକ ଅଧୂକାରୀ ଭାବ କାର୍ଯ୍ୟ କରୁଥିଲେ । ନୂତନ ପ୍ରଶାସକଙ୍କୁ କାର୍ଯ୍ୟାଳୟ ତନ୍ତ୍ର ତରଫରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ରବିନ୍ଦ୍ରନାଥ ନାଏକ,ସହକାରୀ ଯନ୍ତ୍ରୀ ଇଂ ଯନ୍ତ୍ରୀ ଇଂ ସୁରେନ୍ଦ୍ର କୁମାର ଜେନା,କନିଷ୍ଠ ଯନ୍ତ୍ରୀ ଇଂ ବିନୟ କୁମାର ପଟେଲ,କୋଷାଧ୍ଯକ୍ଷ ନବକିଶୋର ମହାନ୍ତି, ପ୍ରୋଜେକ୍ଟ ମ୍ୟାନେଜର ସଚ୍ଚିଦାନନ୍ଦ ศิฐ ଓ ଅନ୍ୟାନ୍ୟ କର୍ମଚାରୀମାନେ ପୁଶ୍ନଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ସେ କାର୍ଯ୍ୟରେ ଯୋଗଦାନ ପରେ । କାର୍ଯ୍ୟାଳୟର ସମସ୍ତ ଅଧୂକାରୀ ଏବଂ କର୍ମଚାରୀଙ୍କୁ ନେଇ ଇ ଏକ ସମୀକ୍ଷା ବୈଠକ ଡକାଇଥିଲେ । କେନ୍ଦୁଝର ଆଇଟିଡିଏ ଅଧୀନରେ ଥିବା ଆଦିବାସୀମାଙ୍କର ବିକାଶ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାର । ପ୍ରଣୟନ କରୁଥିବା ବିଭିନ୍ନ ଯୋଜନାଗୁଡି ଗୁଡିକ ସେ ଅଧୂକ ଲୋକାଭିମୁଖୀ କରିବା ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବେ ବୋଲି ଯୋଗଦାନ ପରେ କହିଛନ୍ତି । ଅପରାହ୍ନରେ ସେ ଜିଲ୍ଲାପାଳ ତଥା ଆଇଟିଡିଏ ର ଅଧ୍ଯକ୍ଷ ବିଶାଲ ସିଂଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ପ୍ରକାଶ ଥାଉକି,କେନ୍ଦୁଝର ପିଏ ଆଇଟିଡିଏ ଟିଡିଏ ପୁନମ ରାଉତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଡେପୁଟି ସେକ୍ରେଟାରୀ ଭାବେ ବଦଳି ଆଦେଶ ପରେ ଶ୍ରୀଯୁକ୍ତ ମିଶ୍ରଙ୍କୁ କେନ୍ଦୁଝର ପିଏ ଆଇଟିଡିଏ ଭାବେ ବଦଳି ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande