ଗୁଟ୍‌ଖା ଗୋଦାମରେ ଚଢାଉ ୩୭୦ ବ୍ୟାଗ ଗୁଟଖା ଓ ସିଗାରେଟ ଜବତ
ଜୟପୁର, 3 ସେପ୍ଟେମ୍ବର (ହି.ସ.) ଜୟପୁର ସହରର ବିଭିନ୍ନ ସ୍ଥାନରେ ଥିବା ଗୁଟଖା, ସିଗାରେଟ ଆଦି ନିଶା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ସାମଗ୍ରୀ ଉପରେ କଟକଣା ଲଗାଇବା ପାଇଁ ଉପଜିଲ୍ଲାପାଳ ଏସସ୍ୟାରେଡ୍ଡୀଙ୍କ ନିର୍ଦ୍ଧେଶକ୍ରମେ ଏସଡିପିଓ ପାର୍ଥ କଶ୍ୟପଙ୍କ ତତ୍ତ୍ବାବଧାନରେ ଏକ ଟିମ ଗଠନ କରାଯାଇଥିଲା। ଆଜି
ଗୁଟ୍‌ଖା ଗୋଦାମରେ ଚଢାଉ ୩୭୦ ବ୍ୟାଗ ଗୁଟଖା ଓ ସିଗାରେଟ ଜବତ


ଜୟପୁର, 3 ସେପ୍ଟେମ୍ବର (ହି.ସ.)

ଜୟପୁର ସହରର ବିଭିନ୍ନ ସ୍ଥାନରେ ଥିବା ଗୁଟଖା, ସିଗାରେଟ ଆଦି ନିଶା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ସାମଗ୍ରୀ ଉପରେ କଟକଣା ଲଗାଇବା ପାଇଁ ଉପଜିଲ୍ଲାପାଳ ଏସସ୍ୟାରେଡ୍ଡୀଙ୍କ ନିର୍ଦ୍ଧେଶକ୍ରମେ ଏସଡିପିଓ ପାର୍ଥ କଶ୍ୟପଙ୍କ ତତ୍ତ୍ବାବଧାନରେ ଏକ ଟିମ ଗଠନ କରାଯାଇଥିଲା। ଆଜି ଭ୍ରାଦ୍ରିୟା ସାହିର ନାରାୟଣ ଗୁଟଖା ଦୋକାନ ଉପରେ ପୁଲିସ ଓ ପୌର କର୍ମଚାରୀଙ୍କ ଉପସ୍ଥିତିରେ ଚଢାଉ କରାଯାଇଥିଲା। ଗୋଦାମ ମାଲିକଙ୍କ ୩ଟି ଗୋଦାମ ଉପରେ ଚଢାଉ କରାଯାଇ ୩୭୦ ବ୍ୟାଗ ଗୁଟଖା ଓ ସିଗାରେଟ ଜବତ କରାଯାଇଥିଲା। ବାହାରକୁ ପଠାଇବା ନିମନ୍ତେ ଦୁଇଟି ଗାଡିରେ ଭର୍ତ୍ତି ହୋଇଥିବା ୧୭ଟି ବ୍ୟାଗକୁ ମଧ୍ୟ ଜବତ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷଟଙ୍କା ହୋଇଥିବ ବୋଲି ଅନୁମାନ କରାଯାଉଛି। ଗୋଦାମ ମାଲିକ ଗତ ଦୁଇବର୍ଷ ହେଲା ବିନା ଟ୍ରେଡଲାଇସେନ୍ସରେ କାମ କରୁଥିବା ଯୋଗୁଁ ପୌରପାଳିକା ପକ୍ଷରୁ ୩୦ ହଜାର ଟଙ୍କା ଜୋରିମାନା କରାଯାଇଛି। ଆଗାମୀ ଦିନରେ ସହରରେ ଥିବା ଗୁଟଖା ଗଚ୍ଛିତ ଥିବା ଗୋଦାମ ଘର ଗୁଡିକ ଚଢାଉ କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି। ବିଶେଷ କରି ଯେଉଁ ମାନେ ସ୍କୁଲ ଓ କଲେଜ ଆଦି ଶିକ୍ଷାନୁଷ୍ଠାନର ୧୦୦ ମିଟର ଦୁରରେ ଗୁଟଖା ଓ ଧୂମପାନ ସାମଗ୍ରୀ ବିକ୍ରି କରୁଛନ୍ତି ସେମାନଙ୍କ ଠାରୁ ମଧ୍ୟ ଫାଇନ ଆଦାୟ କରାଯିବ ବୋଲି ସୂଚନା ଦିଆଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ଅଫିମ ତଥା ଡ୍ରଗସ ମଧ୍ୟ ବିକ୍ରି ହେଉଥିବାରୁ ଏହାକୁ ମଧ୍ୟ ଧରପଗଡ କରିବା ସହ ଏହାର ମୁଖ୍ୟ ମାନଙ୍କୁ ଧରିବାକୁ ଦାବି ହେଉଛି। ସିଗାରେଟରେ ଗୁଟଖା ଓ ସିଗାରେଟ ଭଳି ନିଶା ସାମଗ୍ରୀ ବିକ୍ରି ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ୨୦୦୩ ମସିହାରେ ଆଇଣ ପ୍ରଣୟନ କରିଥିଲେ। ତେବେ ଏହାକୁ ବିଳମ୍ବରେ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ବେଳେ ଏନେଇ ଜିଲ୍ଲା ସ୍ତରରେ ମଧ୍ୟ ତତ୍ପରତା ଦେଖା ଦେଇଛି। ଏସବୁ ଯୋଗାଉଥିବା ମୁଖ୍ୟ ଡିଲର ମାନଙ୍କୁ ଧରପଗଡ କରାଗଲେ ବହୁ ବେଆଇନ କାମ ଧରାପଡିବ ବୋଲି ମତପ୍ରକାଶ ପାଇଛି। ଏହି ଚଢାଉରେ ପୌରକର୍ମଚାରୀ ସମେତ ଟାଉନଥାନା ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande