କେନ୍ଦୁଝର, 3 ସେପ୍ଟେମ୍ବର (ହି.ସ.)ପାଟଣା ଥାନା ଅନୁର୍ଗତ ଖଜୁରିଡିହା-ଉଦୟପୁର ରାସ୍ତାର ବେଗନା ନିକଟରେ ଆଜି ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ ବାଇକ ଆରୋହି ଗୁରୁତର ହୋଇଛନ୍ତି। ଗୁରୁତର ଦ୍ବୟ ହେଲେ ଉଦୟପୁର ଗ୍ରାମର ସୁବର୍ଣ୍ଣ ମହାନୁ(୩୧)ଓ ସିଲିପଦା ଗ୍ରାମର ดาศ ମୁଣ୍ଡା(୪୧)ବୋଲି ଜଣାପଡିଛି। ପାଟଣା ପୁଲିସ ଉଭୟଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ତେବେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଉନ୍ନତ ଚିକିତ୍ସା ପାଇଁ ଭୀମ ମୁଣ୍ଡାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଥିବା ସୂଚନା ମିଳିଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA