ସମସ୍ତ ନକ୍ସଲଙ୍କୁ ଶେଷ ନ କରିବା ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବୁ ନାହିଁ: ଅମିତ ଶାହ
- ''ଅପରେସନ୍ ବ୍ଲାକ୍ ଫରେଷ୍ଟ'' ସଫଳତାର ସହ ଚଳାଇଥିବା ସୈନିକମାନଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ କରିଛନ୍ତି ସମ୍ମାନିତ ନୂଆଦିଲ୍ଲୀ, ୩ ସେପ୍େଟମ୍ବର (ହି.ସ.)- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର କହିଛନ୍ତି ଯେ ସମସ୍ତ ନକ୍ସଲ ଆତ୍ମସମର୍ପଣ ନ କରିବା, ଧରା ନ ପଡ଼ିବା କିମ୍ବା ଶେଷ ନ ହେବା ପର୍ଯ୍ୟ
ସମସ୍ତ ନକ୍ସଲଙ୍କୁ ଶେଷ ନ କରିବା ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବୁ ନାହିଁ: ଅମିତ ଶାହ


- 'ଅପରେସନ୍ ବ୍ଲାକ୍ ଫରେଷ୍ଟ' ସଫଳତାର ସହ ଚଳାଇଥିବା ସୈନିକମାନଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ କରିଛନ୍ତି ସମ୍ମାନିତ

ନୂଆଦିଲ୍ଲୀ, ୩ ସେପ୍େଟମ୍ବର (ହି.ସ.)- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର କହିଛନ୍ତି ଯେ ସମସ୍ତ ନକ୍ସଲ ଆତ୍ମସମର୍ପଣ ନ କରିବା, ଧରା ନ ପଡ଼ିବା କିମ୍ବା ଶେଷ ନ ହେବା ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବୁ ନାହିଁ। ସେ କହିଛନ୍ତି ଯେ ୩୧ ମାର୍ଚ୍ଚ, ୨୦୨୬ ସୁଦ୍ଧା ଦେଶକୁ ନକ୍ସଲମୁକ୍ତ କରିବା ମୋଦି ସରକାରଙ୍କ ସଂକଳ୍ପ।

ଅମିତ ଶାହ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଛତିଶଗଡ଼ର ବସ୍ତରର କରେଗୁଟ୍ଟାଲୁ ପାହାଡ଼ରେ 'ଅପରେସନ୍ ବ୍ଲାକ୍ ଫରେଷ୍ଟ' ସଫଳତାର ସହ ଚଳାଇଥିବା , ଛତିଶଗଡ଼ ପୋଲିସ, ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ଏବଂ କୋବ୍ରା ଫୋର୍ସର ସୈନିକମାନଙ୍କୁ ଭେଟି ସମ୍ମାନିତ କରିଥିଲେ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

ସେ କହିଛନ୍ତି ଯେ ଦୁର୍ଗମ ପାହାଡ଼ କରେଗୁଟ୍ଟାଲୁରେ ଲଗାତାର ୧୯ ଦିନ ଧରି ଚାଲିଥିବା ସବୁଠାରୁ ବଡ଼ ନକ୍ସଲ ବିରୋଧୀ ଅଭିଯାନରେ ସାହସୀ ସୈନିକମାନେ କୌଣସି କ୍ଷତି ନକରି ୩୦ ରୁ ଅଧିକ ନକ୍ସଲବାଦୀଙ୍କୁ ହତ୍ୟା କରି ଐତିହାସିକ ସଫଳତା ହାସଲ କରିଛନ୍ତି। ଆମର ସୁରକ୍ଷା ବାହିନୀର ସାହସିକତା ନକ୍ସଲ ବିରୋଧୀ ଅଭିଯାନ ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲେଖାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande