କୁଶଙ୍ଗାଇ ପୀଠରେ ବଏଲ ଯାତ୍ରା ଅନୁଷ୍ଠିତ
ବଲାଙ୍ଗିର, ୩୦ ସେପ୍ଟେମ୍ବର (ହି.ସ.)- ଲୋଇସିଂହା ବ୍କକ ଅନ୍ତର୍ଗତ କୁଶଙ୍ଗ ଗ୍ରାମର କୁଶଙ୍ଗାଇ ପୀଠରେ ସୋମବାର ମହାଷ୍ଟମୀ ତିଥି ରାତିରେ ବଏଲ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଥାଉକି, ଏହି ପୀଠରେ ମୂଳାଷ୍ଟମୀ ଠାରୁ ଷୋହଳ ପୂଜା ଆରମ୍ଭ ହୋଇଥିଲା ଏବଂ ମହାଷ୍ଟମୀ ଦିନ ଏହା ସମାପନ ହେଲା । ସୋମବାର ଅ
କୁଶଙ୍ଗାଇ ପୀଠରେ ବଏଲ ଯାତ୍ରା ଅନୁଷ୍ଠିତ ।


କୁଶଙ୍ଗାଇ ପୀଠରେ ବଏଲ ଯାତ୍ରା ଅନୁଷ୍ଠିତ ।


କୁଶଙ୍ଗାଇ ପୀଠରେ ବଏଲ ଯାତ୍ରା ଅନୁଷ୍ଠିତ ।


କୁଶଙ୍ଗାଇ ପୀଠରେ ବଏଲ ଯାତ୍ରା ଅନୁଷ୍ଠିତ ।


ବଲାଙ୍ଗିର, ୩୦ ସେପ୍ଟେମ୍ବର (ହି.ସ.)- ଲୋଇସିଂହା ବ୍କକ ଅନ୍ତର୍ଗତ କୁଶଙ୍ଗ ଗ୍ରାମର କୁଶଙ୍ଗାଇ ପୀଠରେ ସୋମବାର ମହାଷ୍ଟମୀ ତିଥି ରାତିରେ ବଏଲ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ପ୍ରକାଶ ଥାଉକି, ଏହି ପୀଠରେ ମୂଳାଷ୍ଟମୀ ଠାରୁ ଷୋହଳ ପୂଜା ଆରମ୍ଭ ହୋଇଥିଲା ଏବଂ ମହାଷ୍ଟମୀ ଦିନ ଏହା ସମାପନ ହେଲା । ସୋମବାର ଅପରାହ୍ନରେ ପୂଜକ ଘରୁ ଛତ୍ର ବାଉତିଙ୍କୁ ମନ୍ଦିରକୁ ଅଣାଯାଇଥିଲା। ଏହି ଦିନ ମା'କୁଶଙ୍ଗାଇ ରାଜରାଜେଶ୍ଵରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ମହାଷ୍ଟମୀର ନିଶିପୂଜା ଅନ୍ତେ ଏବର୍ଷ ପୂଜକ ଖଗେଶ୍ଵର ଦେହେରୀଙ୍କ ଦେହରେ ମା' ଆବିର୍ଭୁତ ହୋଇଥିଲେ ଏବଂ ମନ୍ଦିର ପରିସରରେ ଉପସ୍ଥିତ ଭକ୍ତମାନଙ୍କୁ ଦର୍ଶନ ଓ ଆଶିର୍ବାଦ କରିଥିଲେ ।

ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସୋହେଲାର କୀର୍ତ୍ତନ୍ୟଧାରା ପରିବେଷିତ ହୋଇଥିଲା। କୁଶଙ୍ଗ ଗ୍ରାମର ବରିଷ୍ଠ ଲେଖକ ଓ ଗୀତିକାର ଦୁତୀୟା ଦେହେରୀଙ୍କୁ ମା କୁଶଙ୍ଗାଇଙ୍କ ବିଷୟରେ ଏକ ସୂଚନା ଧର୍ମୀ ପୁସ୍ତକ ରଚନା କରିଥିବାରୁ କମିଟୀ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ବିରକେଲ ଗ୍ରାମର ସୁରେନ୍ଦ୍ର ପଟେଲଙ୍କୁ ମଧ୍ୟ କୁଶଙ୍ଗାଇ ଦେବୀଙ୍କ ମହିମା ଉପରେ ଆଧାରିତ କୋଶଳି ଭାଷାରେ ଲିଖିତ ଜଣାଣ ପୁସ୍ତକ ରଚନା ପାଇଁ ପ୍ରଶଂସା କରାଯାଇଥିଲା। ମନ୍ଦିର ଉନ୍ନୟନ କମିଟୀ ଓ ଗ୍ରାମବାସୀ କୁଶଙ୍ଗାଇ ଦେବୀଙ୍କ ବଏଲ ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିଥିଲେ। ଯାତ୍ରା ଶେଷରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande