ଭୁବନେଶ୍ୱର, 30 ସେପ୍ଟେମ୍ବର (ହି.ସ.) ଦିନିକିଆ କେନ୍ଦୁଝର ଗସ୍ତରେ ଆସି ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ରୁ ସ୍ୱତନ୍ତ୍ର ବିମାନ ଯୋଗେ ରାଇସୁଆଁ ଏୟାର ଷ୍ଟ୍ରିପ ଠାରେ ଅବତରଣ କରିଛନ୍ତି। ସେଠାରୁ ସିଦ୍ଧା ମୁଖ୍ୟମନ୍ତ୍ରୀ ନିଜ ଗାଁ ରାଇକଳା କୁ ଯିବେ। ସେଠାରେ ପୂଜାର୍ଚ୍ଚନା ସାରିବା ପରେ ଝୁମ୍ପୁରା ର ବିଭିନ୍ନ ପୂଜା ମଣ୍ଡପ ବୁଲିବା ସହ ସନ୍ଧ୍ୟାରେ କେନ୍ଦୁଝର ସହରର ଏକାଧିକ ପୂଜା ମଣ୍ଡପରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ