ଲେହ ସହରରେ ସପ୍ତାହବ୍ୟାପୀ କର୍ଫ୍ୟୁରେ ଚାରି ଘଂଟାର ଛାଡ଼
ଲେହ, ୩୦ ସେପ୍ଟେମ୍ବର (ହି.ସ.)- ଲେହ ସହରରେ ସପ୍ତାହବ୍ୟାପୀ ଲାଗିଥିବା କର୍ଫ୍ୟୁରେ ମଙ୍ଗଳବାର ସକାଳ ୧୦ଟା ଠାରୁ ୪ ଘଂଟା କୋହଳ କରାଯାଇଛି । ଏହି ସମୟରେ ଦୋକାନୀମାନେ ନିଜର ବ୍ୟବସାୟ ପ୍ରତିଷ୍ଠାନ ଖୋଲିଛନ୍ତି । ଗତ ସେପ୍ଟେମ୍ବର ୨୪ ତାରିଖରେ ପ୍ରଦର୍ଶନକାରୀ ଏବଂ ଆଇନ ପ୍ରବର୍ତନ ସଂସ୍ଥା ମଧ୍ୟରେ ବ୍ୟାପକ
ଲେହ ସହରରେ ସପ୍ତାହବ୍ୟାପୀ କର୍ଫ୍ୟୁରେ ଚାରି ଘଂଟାର ଛାଡ଼


ଲେହ, ୩୦ ସେପ୍ଟେମ୍ବର (ହି.ସ.)- ଲେହ ସହରରେ ସପ୍ତାହବ୍ୟାପୀ ଲାଗିଥିବା କର୍ଫ୍ୟୁରେ ମଙ୍ଗଳବାର ସକାଳ ୧୦ଟା ଠାରୁ ୪ ଘଂଟା କୋହଳ କରାଯାଇଛି । ଏହି ସମୟରେ ଦୋକାନୀମାନେ ନିଜର ବ୍ୟବସାୟ ପ୍ରତିଷ୍ଠାନ ଖୋଲିଛନ୍ତି । ଗତ ସେପ୍ଟେମ୍ବର ୨୪ ତାରିଖରେ ପ୍ରଦର୍ଶନକାରୀ ଏବଂ ଆଇନ ପ୍ରବର୍ତନ ସଂସ୍ଥା ମଧ୍ୟରେ ବ୍ୟାପକ ସଂଘର୍ଷରେ ପ୍ରାଣ ହରାଇଥିବା ୪ ଜଣଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ସାମିଲ୍ ଅଛନ୍ତି । ସେମାନଙ୍କର ଅନ୍ତିମ ସଂସ୍କାର ପରେ ପରେ ସୋମବାର ଅପରାହ୍ନ ୪ଟା ଠାରୁ ଏହି କଟକଣାରେ ୨ ଘଂଟା କୋହଳ କରାଯାଇଥିଲା ।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, କର୍ଫ୍ୟୁଗ୍ରସ୍ତ ଅଂଚଳରେ କର୍ଫ୍ୟୁକୁ କୋହଳ କରିବା ଏବଂ ଅଧିକ କଡ଼ାକଡ଼ି କରାଯିବା ନିଷ୍ପତି ଦିନ ଗଡ଼ିବା ସଙ୍ଗେ ସଙ୍ଗେ ସ୍ଥିତିକୁ ଦେଖି ନିଆଯିବ । ଲେହରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଗୁଲାମ ମହମ୍ମଦ ବିଶ୍ରାମ ଅବଧି ମଧ୍ୟରେ ସମସ୍ତ କିରାଣା, ଅତ୍ୟାବଶ୍ୟକ ସେବା, ହାର୍ଡୱେୟାର ଏବଂ ପନିପରିବା ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande