କୁଚିଣ୍ଡାରେ ଜିଲ୍ଲା ସ୍ତରୀୟ ହସ୍ତତନ୍ତ ପ୍ରଦର୍ଶନୀ ଉଦଘାଟିତ
କୁଚିଣ୍ଡାରେ ଜିଲ୍ଲା ସ୍ତରୀୟ ହସ୍ତତନ୍ତ ପ୍ରଦର୍ଶନୀ ଉଦଘାଟିତ
କୁଚିଣ୍ଡାରେ ଜିଲ୍ଲା ସ୍ତରୀୟ ହସ୍ତତନ୍ତ ପ୍ରଦର୍ଶନୀ ଉଦଘାଟିତ


ସମ୍ବଲପୁର, ୩୦ ସେପ୍ଟେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ କଳା ପରିଷଦ ପରିସରରେ ଦଶହରା ପର୍ବ ପାଳନ ଅବସରରେ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ଏକ ଜିଲ୍ଲାସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି। ପ୍ରାୟୋଜକ ଭାବେ ଓଡିଶା ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଭୁବନେଶ୍ୱର ପକ୍ଷରୁ ଆୟୋଜିତ ପ୍ରଦର୍ଶନୀ ଜିଲ୍ଲା ହସ୍ତଶିଳ୍ପ କାର୍ଯ୍ୟାଳୟର ସହକାରୀ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାମଲଙ୍କ ତତ୍ବାବଧାନରେ ହୋଇଛି । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ପ୍ରତିନିଧି ସୁଶିଲ କର ମୁଖ୍ୟ ଅତିଥି ଭାବେ ଫିତା କାଟି ଶୁଭ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ସାଂସଦଙ୍କ ନୋମିନି ବିଭୁତି କଲ୍ୟାଣ ପଟେଲ, ଜିଲ୍ଲା ହସ୍ତଶିଳ୍ପ ବିକାଶ ଅଧିକାରୀ ଉପାସନା ଡୁଙ୍ଗଡୁଙ୍ଗ, ଜୁନିୟର ଆସିଷ୍ଟାଣ୍ଟ ପ୍ରସନ୍ନ ଜିତ ନାଏକ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ।ଏହି ହସ୍ତଶିଳ୍ପ ପ୍ରଦର୍ଶନୀ ରେ ସମୁଦାୟ ୩୦ ଗୋଟି ଷ୍ଟଲ ଲାଗିଥିବା ବେଳେ,ଏହି ପ୍ରଦର୍ଶନୀ ଆଗାମୀ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande