ଭୁବନେଶ୍ୱର, 30 ସେପ୍ଟେମ୍ବର (ହି.ସ.)ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଥିବାରୁ ଶିରିଶ ଚନ୍ଦ୍ର ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଥିବା ଓଡ଼ିଶାର ଶିରିଶ ଚନ୍ଦ୍ର ମୁର୍ମୁଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ତାଙ୍କ ମାର୍ଗଦର୍ଶନରେ ଭାରତର ଅର୍ଥ ବ୍ୟବସ୍ଥା ନୂଆ ଉଚ୍ଚତାରେ ପହଞ୍ଚୁ। ଆଗାମୀ ଦିନରେ ତାଙ୍କର ଆହୁରି ସଫଳତା କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ