
ନୂଆଦିଲ୍ଲୀ, ୩୦ ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବେ । ଏହି ଅବସରରେ ସେ ଏକ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଏବଂ ଡାକଟିକଟ ଉନ୍ମୋଚନ କରିବେ । ଏହି କାର୍ଯ୍ୟକ୍ରମ ଦିଲ୍ଲୀର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଅନୁଷ୍ଠିତ ହେବ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଙ୍ଗଳବାର ଏକ ବିବୃତି ଜାରି କରି କହିଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଅକ୍ଟୋବର ୧ ତାରିଖ ସକାଳ ୧୦ଟା ୩୦ ରେ ନୂଆଦିଲ୍ଲୀର ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ଏହି ଅବସରରେ, ପ୍ରଧାନମନ୍ତ୍ରୀ ରାଷ୍ଟ୍ର ପ୍ରତି ସଂଘର ଅବଦାନକୁ ଦର୍ଶାଇ ଏକ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିବା ସ୍ମାରକୀ ଡାକଟିକଟ ଏବଂ ମୁଦ୍ରା ଉନ୍ମୋଚନ କରିବେ । ପ୍ରଧାନମନ୍ତ୍ରୀ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।
ବିବୃତିରେ କୁହାଯାଇଛି ଯେ, ଡକ୍ଟର କେଶବ ବଳିରାମ ହେଡଗେୱାର ୧୯୨୫ ମସିହାରେ ବିଜୟାଦଶମୀରେ ନାଗପୁରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରତିଷ୍ଠା କରିଥିଲେ । ସଂଘର ପ୍ରତିଷ୍ଠା ଏକ ସ୍ୱୟଂସେବକ-ଭିତିକ ସଂଗଠନ ଭାବରେ ହୋଇଥିଲା । ଯାହାର ଲକ୍ଷ୍ୟ ଥିଲା ନାଗରିକମାନଙ୍କ ମଧ୍ୟରେ ସାଂସ୍କୃତିକ ସଚେତନତା, ଶୃଙ୍ଖଳା, ସେବା ଏବଂ ସାମାଜିକ ଦାୟିତ୍ୱକୁ ପ୍ରୋତ୍ସାହିତ କରିବା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ