ବିଜୟ କୁମାର ମାଲହୋତ୍ରାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ
ନୂଆଦିଲ୍ଲୀ, 30 ସେପ୍ଟେମ୍ବର (ହି.ସ.) ଭାଜପାର ବରିଷ୍ଠ ନେତା ବିଜୟ କୁମାର ମାଲହୋତ୍ରାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଜୀବନ ପର୍ଯ୍ୟନ୍ତ ଜନସେବାରେ ସମର୍ପିତ ରହିଥିବା ଭାଜପାର ବରିଷ୍ଠ ନେତା ବିଜୟ କୁମାର ମାଲହୋତ୍
ବିଜୟ କୁମାର ମାଲହୋତ୍ରାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ


ନୂଆଦିଲ୍ଲୀ, 30 ସେପ୍ଟେମ୍ବର (ହି.ସ.) ଭାଜପାର ବରିଷ୍ଠ ନେତା ବିଜୟ କୁମାର ମାଲହୋତ୍ରାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଜୀବନ ପର୍ଯ୍ୟନ୍ତ ଜନସେବାରେ ସମର୍ପିତ ରହିଥିବା ଭାଜପାର ବରିଷ୍ଠ ନେତା ବିଜୟ କୁମାର ମାଲହୋତ୍ରାଙ୍କ ବିୟୋଗରେ ମୁଁ ଗଭୀର ଭାବେ ଦୁଃଖିତ । ସେ ଜଣେ ଏଭଳି ତୃଣମୂଳ ସ୍ତର ସହ ଜଡିତ ନେତା ଥିଲେ, ଯିଏ ଜନତାଙ୍କ ସମସ୍ୟା ସମ୍ପର୍କରେ ଗଭୀର ଭାବେ ବୁଝୁଥିଲେ । ଦିଲ୍ଲୀରେ ପାର୍ଟିକୁ ସଶକ୍ତ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ସଂସଦରେ ତାଙ୍କ ସକ୍ରିୟତା ଓ ଅବଦାନ ପାଇଁ ସେ ସଦା ସ୍ମରଣୀୟ ରହିବେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande