କୋର୍ଟଙ୍କ ଆଦେଶ ବଳରେ ୱାର୍କଚାର୍ଜଡ଼ କର୍ମଚାରୀ ପାଇବେ ପେନସନ - ଅନ୍ୟ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନସନ ଦେବାକୁ କ୍ରିୟାନୁଷ୍ଠାନ ସଂଗଠନର ଦାବି
ଭୁବନେଶ୍ୱର, 30 ସେପ୍ଟେମ୍ବର (ହି.ସ.) ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟଙ୍କ ଆଦେଶ ବଳରେ ରାଜ୍ୟ ଜଳ ସମ୍ପଦ ବିଭାଗର ଅଠାନବେ ଜଣ ୱାର୍କଚାର୍ଜଡ଼ କର୍ମଚାରୀ ପେନସନ ପାଇବେ | ଏଥି ନିମନ୍ତେ ଜଳ ସମ୍ପଦ ବିଭାଗ ଯନ୍ତ୍ରୀମୁଖ୍ୟଙ୍କୁ ଚିଠି କରିବା ପରେ ଅଠାନବେ ଜଣଙ୍କୁ ପେନସନ ପ୍ରଦାନ ବାବଦରେ କେତେ ଟଙ୍କା ଲାଗିବ ଯ
କୋର୍ଟଙ୍କ ଆଦେଶ ବଳରେ ୱାର୍କଚାର୍ଜଡ଼ କର୍ମଚାରୀ ପାଇବେ ପେନସନ - ଅନ୍ୟ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନସନ ଦେବାକୁ କ୍ରିୟାନୁଷ୍ଠାନ ସଂଗଠନର ଦାବି


ଭୁବନେଶ୍ୱର, 30 ସେପ୍ଟେମ୍ବର (ହି.ସ.) ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟଙ୍କ ଆଦେଶ ବଳରେ ରାଜ୍ୟ ଜଳ ସମ୍ପଦ ବିଭାଗର ଅଠାନବେ ଜଣ ୱାର୍କଚାର୍ଜଡ଼ କର୍ମଚାରୀ ପେନସନ ପାଇବେ | ଏଥି ନିମନ୍ତେ ଜଳ ସମ୍ପଦ ବିଭାଗ ଯନ୍ତ୍ରୀମୁଖ୍ୟଙ୍କୁ ଚିଠି କରିବା ପରେ ଅଠାନବେ ଜଣଙ୍କୁ ପେନସନ ପ୍ରଦାନ ବାବଦରେ କେତେ ଟଙ୍କା ଲାଗିବ ଯନ୍ତ୍ରୀମୁଖ୍ୟ ଅଧସ୍ତନ ଅଧିକାରୀଙ୍କୁ ଚିଠି କରିଛି | ଅକ୍ଟୋବର ଛଅ ତାରିଖ ମଧ୍ୟରେ ବ୍ୟୟ ଅଟକଳ ଓ ସମ୍ପୃକ୍ତ କର୍ମଚାରୀ ମାନଙ୍କର ଅବସର ସମୟ ପ୍ରଦାନ ନିମନ୍ତେ ଚିଠିରେ ଉଲ୍ଲେଖ କରିଛି | ସ୍ମରଣଯୋଗ୍ୟ ଯେ, ଓଡିଶା ସରକାରଙ୍କ ପକ୍ଷରୁ ଏସଏଲପି (ଡ଼ାଇରୀ) ନମ୍ବର 33400/2023 ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟରେ କରାଯାଇଥିବା ରିଟ ଅପିଲ ତା 24.07.2025 ରିଖରେ ଖାରଜ ହେବା ପରେ ସରକାର ଅଠା ନବେ ଜଣ ଆବେଦନକାରୀଙ୍କୁ ପେନସନ ପ୍ରଦାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିଛନ୍ତି | ତେବେ ଓଡିଶା ଅବସରପ୍ରାପ୍ତ ୱାର୍କଚାର୍ଜଡ଼/ରେଗୁଲାର କର୍ମଚାରୀ କ୍ରିୟାନୁଷ୍ଠାନ ସଂଗଠନ ଅଭିଯୋଗ କରି ସରକାରଙ୍କ ନିକଟରେ ପ୍ରଶ୍ନ ଉଠାଇଛି ଯେ,ଏମାନଙ୍କ ଭଳି ଯେଉଁ ଗରିବବର୍ଗର ଅବସରପ୍ରାପ୍ତ କର୍ମଚାରୀମାନେ ଅର୍ଥ ଅଭାବରୁ କୋର୍ଟକୁ ଯାଇପାରୁ ନାହାନ୍ତି ସେମାନେ କଣ ପେନସନ ପାଇବେ ନାହିଁ ? ସରକାର କେଉଁ ସ୍ୱାର୍ଥରେ କୋର୍ଟରେ ବାରମ୍ବାର ରିଟ ଅପିଲ କରିବା ଓ ରିଟ ଅପିଲ ନାକଚ ପରେ ମାନ୍ୟବର ସର୍ବୋଚ୍ଚ କୋର୍ଟରେ ଏସଏଲପି ଅପିଲ କରି ଏସଏଲପି ବିଚାର ଯୋଗ୍ୟ ନହେବା ଓ ପରୋକ୍ଷରେ ଓକିଲଙ୍କ ଖର୍ଚ୍ଚ ବାବଦରେ ରାଜକୋଷରୁ ଅର୍ଥ ବ୍ୟୟ ହେବା ଏହା ସରକାରଙ୍କ କର୍ମଚାରୀଙ୍କ ବିରୋଧରେ ନକାରାତ୍ମକ ନଷ୍ପତ୍ତି ନୁହେଁକି ? ତେବେ ଯେଉଁ କର୍ମଚାରୀ କୋର୍ଟକୁ ଯିବ ଆଉ କୋର୍ଟରେ ଜିତିବ ସରକାର ତାଙ୍କୁ ପେନସନ ଦେବେ | କୋର୍ଟରେ ପେନସନ ସମ୍ବନ୍ଧୀୟ ମକଦ୍ଦମା କରିନଥିବା କର୍ମଚାରୀ କଣ ସାମ୍ବିଧାନିକ ଧାରା -16 ରୁ ବଞ୍ଚିତ ହେବ | ସାମ୍ବିଧାନିକ ଧାରା -16କୁ ସରକାର ଅମାନ୍ୟ କରି 35 ରୁ 42 ବର୍ଷ ଧରି ସରକାରଙ୍କୁ ସେବା ଦାନ କରିଥିବା କର୍ମଚାରୀଙ୍କୁ ଚାକିରୀର ଅବସର ବୟସ ସମୟରେ ପେନସନ ନଦେଇ ସେମାନଙ୍କ ହକ ପ୍ରାପ୍ୟକୁ ଫାଙ୍କିବା ସରକାରଙ୍କ ସମ୍ବିଧାନ ବିରୋଧୀ ଶାସନ କହିଲେ ଅତ୍ୟୁକ୍ତି ହେବ ନାହିଁ | ସରକାର ମୋକଦ୍ଦମା ଖୋର ନହୋଇ ସହନଶିଳତା ନୀତି ଅବଲମ୍ବନ କରି ଅଠାନବେ ଜଣଙ୍କୁ ପେନସନ ପ୍ରଦାନ କରାଯିବା ଭିତରେ ଏମାନଙ୍କ ଭଳି ସମାନ ସ୍ଥିତିରେ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କୁ ପେନସନ ଦେବା ନିମନ୍ତେ ସରକାର ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନେବାକୁ କ୍ରିୟାନୁଷ୍ଠାନ ସଂଗଠନର ମୁଖ୍ୟ ସଂଯୋଜକ ଗଗନ ଭଞ୍ଜ, ଆବାହକ ସର୍ବଶ୍ରୀ ଅରୁଣ କେଶରୀ ପରିଡା ଓ ଗିରିଶ ନନ୍ଦ ଦାବି କରିଛନ୍ତି |

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande