ଗଞ୍ଜାମ, ୩୦ ସେପ୍ଟେମ୍ବର (ହି.ସ.)- ସ୍ଵାମୀ ଉପରକୁ ଗରମ ପାଣି ଫିଙ୍ଗିବା ଅଭିଯୋଗରେ ବ୍ରହ୍ମପୁର ବଡବଜାର ଥାନା ପୋଲିସ ପତ୍ନୀକୁ ଗିରଫ କରିବା ସହ ଆଜି କୋର୍ଟଚାଲାଣ କରିଛି । ଗିରଫ ମହିଳା ଜଣକ ହେଲେ ଉକ୍ତ ଥାନା ଅଂଚଳର ମନୀଷା ସେଠୀ ।
ସୂଚନା ଅନୁଯାୟୀ, ସ୍ୱାମୀ ପ୍ରଶନ୍ନ କିଛି ବର୍ଷ ତଳେ ମନୀଷାଙ୍କୁ ବିବାହ କରିଥିଲେ । କୌଣସି କାରଣକୁ ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା । ଗତକାଲି ପ୍ରଶନ୍ନ ଓ ମନୀଷା ଘରେ ଥିବାବେଳେ ପୁରୁଣା କଥାକୁ ନେଇ ଉଭୟଙ୍କ ମଧ୍ୟରେ ପୁଣି ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ମନୀଷା ଏକ ପାତ୍ରରେ ଗରମ ପାଣି ଆଣି ପ୍ରଶନ୍ନଙ୍କ ଉପରକୁ ଫିଙ୍ଗି ଦେଇଥିଲା । ଫଳରେ ପ୍ରଶନ୍ନଙ୍କ ଶରୀରର ବିଭିନ୍ନ ଅଂଶ ପୋଡ଼ି ଯାଇଥିଲା । ପ୍ରଶନ୍ନ ଡାକ୍ତରଖାନା ଯାଇ ଚିକିତ୍ସିତ ହେବା ପରେ ଘଟଣାକୁ ନେଇ ବଡବଜାର ଥାନାରେ ଏତଲା କରିଥିଲେ । ଏତଲାକୁ ଭିତି କରି ପୋଲିସ କେସ୍ ନମ୍ବର ୪୯୨/୨୫ ରେ ଏକ ମାମଲା ରୁଜ୍ଜୁ କରି ମନୀଷାକୁ ଗିରଫ କରିଥିଲା । ଆଜି ତାକୁ କୋର୍ଟଚାଲାଣ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ