କେନ୍ଦୁଝର, 30 ସେପ୍ଟେମ୍ବର (ହି.ସ.)
ଆଜି ମହାମାୟା ମା ଦୁର୍ଗାଙ୍କ ନିକଟରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇ ଯାଇଛି, ମହିଳା ଓ ଶ୍ରଦ୍ଧାଳୁମାନେ ମହାଷ୍ଟମୀ ବ୍ରତ ଧାରଣ କରିଛନ୍ତି। ଲୋକାରଣ୍ୟ ହୋଇପଡିଛି ମା ଙ୍କ ପୂଜାରେ ମଣ୍ଡପ
କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଟିକିରା ସ୍ଥିତ ପୁରାତନ ଶ୍ରୀ ଦୁର୍ଗା ମଣ୍ଡପରେ ଲାଗିଥିଲା ଭକ୍ତ ଙ୍କ ଗହଳି। ଆଜି ମାଙ୍କ ନିକଟରେ ମହାଧୁମଧାମ ରେ ମହାଷ୍ଟମୀ ପୂଜା ପାଳିତ ହେଉଅଛି ଏହି ପୂଜା ମଣ୍ଡପ ଚଳିତ ବର୍ଷ ୩୮ ବର୍ଷରେ ପଦାର୍ପଣ କରିଛି। ଆଖପାଖ ଅଞ୍ଚଳ ରେ ଏହି ପୂଜା ମଣ୍ଡପ ସର୍ବ ପୁରାତନ ଦୁର୍ଗାପୂଜା ମେଢ। ବିଶ୍ବାସ ରହିଛି ଏଠାରେ ଭକ୍ତ ମାନସିକ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏଣୁ ଏହି ପୂଜା ମଣ୍ଡପ କୁ ବହୁ ଦୂରଦୂରାନ୍ତରୁ ଭକ୍ତ ଆସି ମା ଙ୍କ ନିକଟରେ ମାନସିକ ରଖିଥାନ୍ତି । ଆଜି ଭୋରରୁ ମା ଦୁର୍ଗାଙ୍କ ନିକଟରେ ବ୍ରାହ୍ମଣ ଙ୍କ ଦ୍ଵାରା ମନ୍ତ୍ରଧୂନି ରେ ସମଗ୍ର ପରିବେଶ ମୁଖରିତ ହୋଇ ପଡ଼ିଛି। ତୋରଣ ସାଙ୍ଗକୁ ଆଲୋକ ମାଳରେ ପୂଜା ମଣ୍ଡପ ଝଲସି ଉଠୁଛି। ମୁଖ୍ୟ ପୂଜକ ଭାବେ ରବିନାରାୟଣ ଶତପଥୀ ଓ ସହଯୋଗୀ ବ୍ରାହ୍ମଣ ମାନେ ପୂଜା କାର୍ଯ୍ୟ ରେ ରହିଛନ୍ତି। ପକ୍ଷରୁ କର୍ତ୍ତା ଭାବେ ହଳଧର ବେହେରା ଶସ୍ତ୍ରୀ କ,ସହ ସଭାପତି ସନ୍ତୋଷ କୁମାର ଶତପଥୀ , ସମ୍ପାଦକ ଅମର ସିଂ ,ପୀତବାସ ପଟ୍ଟନାୟକ, ପ୍ରଦୀପ କୁମାର ବେହେରା , ଅଜୟ କୁମାର ସାହୁ, ପୂର୍ଣ୍ଣ ଚନ୍ଦ୍ର ବେହେରା, ପଙ୍କଜ ବେହେରା, ବିରେନ୍ଦ୍ର କୁମାର ସିଦ୍ଧୁ, ଅଭିମନ୍ୟୁ ରାଉତ ଓ ଲକ୍ଷ୍ମୀଧର ରଣା ପ୍ରମୁଖ ଅନୁଷ୍ଠାନ ର ପୂର୍ବ ଗୌରବ ବଜାୟ ରଖିବାକୁ ଉଦ୍ୟମ ଜାରି ରଖିଛନ୍ତି।ସେହିପରି ଅନ୍ୟତମ ଦେବୀ ମଣ୍ଡପ ରେ ପୂଜାରେ କର୍ତ୍ତା ଗୌରୀ ଶଙ୍କର ମନ୍ଧରା ଶସ୍ତ୍ରୀକ ବସିଥିବା ବେଳେ, ଆଜି ବ୍ରତଧାରୀ ଙ୍କ ସମାଗମ ହୋଇଥିଲା, ପୂଜକ ଙ୍କ ମନ୍ତ୍ର ଧ୍ଵନୀ ଢେଂକିକୋଟ ବଜାର ଯାଏ ପ୍ରକମ୍ପିତ ହୋଇ ସନ୍ଦ୍ୟା ଯାଏ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି, ସନ୍ଦ୍ୟା ଆଳତୀ ରେ ମାତୃଭକ୍ତ ଙ୍କ ଯୋଗଦାନ ଦେଖିବାକୁ ମିଳିଛି,ଶାରଦୀୟ ଦେବୀ ମଣ୍ଡପ ମଣ୍ଡପରେ କମିଟି ର ଆୟୋଜନ ଓ ବଡ ତୋରଣ ବେଶ ଆକର୍ଷଣୀୟ ହୋଇଛି, ଉପଦେଷ୍ଟା, ଉତ୍ତମ ନାୟକ, ବୈଲୋଚନ ବେହେରା, ଲଲାଟେନ୍ଦୁ ସାହୁ, ଗତିକୃଷ୍ଣ ଦଳାଇ,ଶତ୍ରୁଘ୍ନ ସାହୁ, ଅରୁଣ ବେହେରା, ଚିତ୍ତରଞ୍ଜନ ସାହୁ,ମଙ୍ଗୁଳି ରାଠି, ରାଜକିଶୋର ରାମବତ,ସ୍ମୃତି ରଞ୍ଜନ ସାହୁ, ରବିନନ୍ଦନ ମହାପାତ୍ର, ଅଭିମନ୍ୟୁ ପଲେଇ,ସଚ୍ଚିଦାନନ୍ଦ ବେହେରା,ଅକ୍ଷୟ କୁମାର ମହାନ୍ତ, ମିଣ୍ଟୁ ଲାହା,ଶ୍ରୀକାନ୍ତ ସାହୁ, ରାଜେନ୍ଦ୍ର ଭୁତୁଡ଼ା,ଓମପ୍ରକାଶ ଶତପଥି, ଶକ୍ତିକାନ୍ତ ଦଳାଇ, ନିମାଇଁ ବେହେରା, ମୁନା ଦଳାଇ,କୁନା ପାତ୍ର,ନିତ୍ୟାନନ୍ଦ ମହାକୁଡ଼ ପ୍ରମୁଖ ସଦସ୍ୟ ସମୂର୍ଣ୍ଣ ପୂଜାରେ ସହଯୋଗ ଜାରି ରଖିଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA