ଶ୍ରୀକ୍ଷେତ୍ରରେ ପୂଜାର ମାହୋଲ : ଆକର୍ଷଣୀୟ ଦୁର୍ଗାମୂର୍ତ୍ତି ଦେଖି ଶ୍ରଦ୍ଧାଳୁ ବିଭୋର
ପୁରୀ, ୩୦ ସେପ୍ଟେମ୍ବର (ହି.ସ.)- ଶ୍ରୀକ୍ଷେତ୍ରରେ ଏବେ ଦୁର୍ଗା ପୂଜାର ମାହୋଲ । ବିଭିନ୍ନ ରଙ୍ଗୀନ ଆଲୋକମାଳାରେ ଝଲସୁଛି ମଣ୍ଡପ । ମାଙ୍କ ପାଖରେ ଦର୍ଶନାର୍ଥୀଙ୍କ ଗହଳି ଲାଗି ରହିଛି । ସିଂହଦ୍ବାର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ତୋରଣ ସାଜସଜ୍ଜା ଓ ନାଗା ମଣ୍ଡପରେ
ଶ୍ରୀକ୍ଷେତ୍ରରେ ପୂଜାର ମାହୋଲ ଆକର୍ଷଣୀୟ ଦୁର୍ଗାମୂର୍ତ୍ତି ଦେଖି ଶ୍ରଦ୍ଧାଳୁ ବିଭୋର


ଶ୍ରୀକ୍ଷେତ୍ରରେ ପୂଜାର ମାହୋଲ ଆକର୍ଷଣୀୟ ଦୁର୍ଗାମୂର୍ତ୍ତି ଦେଖି ଶ୍ରଦ୍ଧାଳୁ ବିଭୋର


ଶ୍ରୀକ୍ଷେତ୍ରରେ ପୂଜାର ମାହୋଲ ଆକର୍ଷଣୀୟ ଦୁର୍ଗାମୂର୍ତ୍ତି ଦେଖି ଶ୍ରଦ୍ଧାଳୁ ବିଭୋର


ପୁରୀ, ୩୦ ସେପ୍ଟେମ୍ବର (ହି.ସ.)- ଶ୍ରୀକ୍ଷେତ୍ରରେ ଏବେ ଦୁର୍ଗା ପୂଜାର ମାହୋଲ । ବିଭିନ୍ନ ରଙ୍ଗୀନ ଆଲୋକମାଳାରେ ଝଲସୁଛି ମଣ୍ଡପ । ମାଙ୍କ ପାଖରେ ଦର୍ଶନାର୍ଥୀଙ୍କ ଗହଳି ଲାଗି ରହିଛି । ସିଂହଦ୍ବାର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ତୋରଣ ସାଜସଜ୍ଜା ଓ ନାଗା ମଣ୍ଡପରେ ତୀର୍ଥଯାତ୍ରୀ ପର୍ଯ୍ୟଟକ ,ସହରବାସୀ ଓ ଦର୍ଶନାର୍ଥୀ ମାଙ୍କୁ ପ୍ରଣିପାତ କରି ଆଶିଷ ଭିକ୍ଷା କରୁଛନ୍ତି । କେତେକ ମଣ୍ଡପରେ ଦାସକାଠିଆ, ପାଲା ଘୁଡୁକି ଓ ଓଡିଶୀନୃତ୍ଯ ପରିବେଷଣ କରାଯାଉଛି । ବ୍ରାହ୍ମଣଙ୍କ ମନ୍ତ୍ର ଧ୍ବନିରେ ପୂଜା ମଣ୍ଡପ କମ୍ପି ଉଠୁଛି । ମହାସପ୍ତମୀ,ମହାଷ୍ଟମୀ ଓ ମହାନବମୀ ତିନିଦିନ ବ୍ଯାପି ମାଙ୍କ ମଣ୍ଡପ ଉତ୍ସବ ମୁଖର ହୋଇଉଠିଛି । ବଡଦାଣ୍ଡ ମାର୍କେଟ ଛକ ବଡଦ୍ବାର ଦୁର୍ଗା କମିଟି ଦ୍ବାର ଶାରଦୀୟ ଦୁର୍ଗା ପାଳିତ ହେଉଛି । ମାଟିପୂଜା ,କୀଳାପୂଜା ପରେ ମୂର୍ତ୍ତି ନିର୍ମାଣ ହୋଇଥିଲା । ପରେ ପୂଜାର୍ଚ୍ଚନା ହୋଇ ମାଙ୍କ ସପ୍ତମୀ ଅଷ୍ଟମୀ ଓ ନବମୀ ପୂଜାର୍ଚ୍ଚନା ରୀତିନୀତି ଅନୁଯାଇ ପାଳିତ ହେଉଛି । ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ ଓ ଘଣ୍ଟ ଘଣ୍ଟାରେ ଭାବ ଭକ୍ତିପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି । ରଙ୍ଗ ବେରଙ୍ଗର ଆଲୋକ ମାଳା ସହ ସୁସଜ୍ଜିତ ସୁଉଚ୍ଚ ତୋରଣ ଶ୍ରଦ୍ଧାଳୁଙ୍କୁ କରୁଛି ଆକର୍ଷିତ । ସକାଳ ଓ ସଂଧ୍ଯାରେ ଶ୍ରଦ୍ଧାଳୁ ମାନେ ଦୀପ ଓ ଭୋଗ ଲଗାଇ ମାଙ୍କୁ ଦର୍ଶନ କରୁଛନ୍ତି । ମଣ୍ଡପରେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଛି । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ମୁତୟନ ହୋଇଛନ୍ତି ।

ସହରେ ପୂଜା ପାଉଥିବା ବିଭିନ୍ନ ମଣ୍ଡପ ମାନଙ୍କ ମଧ୍ୟରେ ମା କାକୁଡ଼ିଖାଇ, ମାର୍କେଟ ଛକର ମା' ବଡ଼ଦ୍ବାର ଦୂର୍ଗା, ପୁରୀ ଜିଲ୍ଲା ସ୍କୁଲ ସମ୍ମୁଖ ମା'ଆଦିଶକ୍ତି, ରେଲଓ୍ବେ ସିଆରପିଏଫ ଦୂର୍ଗା, ଦୁର୍ଗାବାଡି ସମିତିର ମା' ଦୂର୍ଗା, ଗୌଡ଼ବାଡ଼ ସାହି ରିଫ୍ୟୁଜି କଲୋନୀ ର ମା'ଦୂର୍ଗା, ବଡ଼ଶଙ୍ଖ ର ମା' ଶଙ୍ଖେଶ୍ବରୀ ଏମାନେ ଦୁର୍ଗା, ଗୋଷାଣୀ ନୁହନ୍ତି। ବିଜୟାଦଶମୀ ବା ଦଶହରା ଦିନ ଏମାନଙ୍କର ବିସର୍ଜନ କରାଯାଉଥିବା ବେଳେ ଗୋଷାଣୀ ମାନଙ୍କୁ ଗୋଷାଣୀ ଏକାଦଶୀ ଦିନ ବିସର୍ଜନ କରାଯାଏ। ମା' ଦୂର୍ଗା ମହିଷାସୁର ସହ ସଂଗ୍ରାମ କରୁଥିବା ସମୟରେ ତାଙ୍କର ଶରୀରରୁ ବାହାରିଥିବା ଶକ୍ତିସ୍ବରୁପା ଗୋସ୍ବାମିନୀ ବା ଅପଭ୍ରଂଶରେ ଗୋଷାଣୀ ମାନେ ଅସୁରର ସୈନ୍ୟବାହିନୀଙ୍କୁ ବିନାଶ କରିଥିଲେ। ମା'ଦୂର୍ଗା ଙ୍କ ବିଗ୍ରହ ନିକଟରେ ଶ୍ରୀଗଣେଶ, ଶ୍ରୀକାର୍ତ୍ତିକ, ମା'ମହାଲକ୍ଷ୍ମୀ ଓ ମା'ସରସ୍ବତୀ ରୁହନ୍ତି, ସେମାନେ ଗୋଷାଣୀ ମାନଙ୍କ ନିକଟରେ ସାଧାରଣତଃ ନଥାନ୍ତି। ଉତ୍କଳୀୟ ପରମ୍ପରା ରେ ମା'ଦୂର୍ଗା ଙ୍କୁ ମା' ଭାବେ ସ୍ବାଗତ କରାଯାଉଥିବା ବେଳେ ବଙ୍ଗୀୟ ମତରେ ମା' ଙ୍କୁ ବାପ ଘରକୁ ବୁଲି ଆସିଥିବା ଝିଅ ଭାବେ ପୂଜା କରାଯାଏ। କୁମାରୀ ପୂଜା ଓ ସିନ୍ଦୁର ଖେଲା ସେମାନଙ୍କ ପରଂପରା। ପୁରୀର ଦୂର୍ଗାବାଡି ସମିତି ଓ ୧୯୭୧ ମସିହାରେ ବଙ୍ଗଳାଦେଶ ମୁକ୍ତିସଂଗ୍ରାମ ସମୟରେ ପ୍ରତିଷ୍ଠିତ ଗୌଡ଼ବାଡ଼ ସାହିର ରିଫ୍ୟୁଜି ବା ବଙ୍ଗାଳି କଲୋନୀରେ ବଙ୍ଗୀୟ ପରଂପରା ଅନୁଯାୟୀ ପୂଜା କରାଯାଏ । ଏବେ ପୂଜାର ମାହୋଲ ଲାଗି ରହିଥିବାରୁ ଶ୍ରଦ୍ଧାଳୁ ମାନେ ବିଭିନ୍ନ ମୃଣ୍ମୟୀ ମା ଦୁର୍ଗାଙ୍କ ମୂର୍ତ୍ତିଗୁଡ଼ିକୁ ବୁଲି ଦର୍ଶନ କରୁଛନ୍ତି । ଆକର୍ଷଣୀୟ ସାଜସଜ୍ଜା ସହ ବଡ ବଡ ତୋରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କମ୍ପୁଛି ଶ୍ରୀକ୍ଷେତ୍ର । ସମସ୍ତ ମଣ୍ଡପରେ ଗହଳି ଚହଳି ଦେଖିବାକୁ ମିଳୁଛି । ଶାନ୍ତିଶୃଙ୍ଖଳା ରକ୍ଷା ଓ ସୁରକ୍ଷା ପାଇଁ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା ଗ୍ରହଣ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande