ଜୟପୁର, ୪ ସେପ୍େଟମ୍ବର (ହି.ସ.) - ଜୟପୁର କେନାଲ ରୋଡରେ ଅଟୋ ଓ ବାଇକ ମୁହାଁ ମୁହିଁ ଧକ୍କାହେବା ଫଳରେ ବାଇକ ଚାଳକ ଗୁରୁତର ହୋଇଛନ୍ତି। ଅପରାହ୍ନରେ ଜୟପୁର ଗାନ୍ଧିଛକ ପଟୁ ଏକ ଅଟୋ(ଓଆର୧୦ଜେ ୬୫୬୨) ଆସୁଥିବା ସମୟରେ ବିପରିତ ଦିଗରୁ ଏକ ପଲସର ବାଇକ ସହ ଧକ୍କା ହୋଇଥିଲା। ଖବର ପାଇ ଟାଉନ ପୁଲିସ ଘଟଣା ସ୍ଥଳରେ ପହଁଚି ବାଇକ ଚାଳକ ଲିଙ୍ଗରାଜ ନଗର ଅଂଚଳର ଦେବାଶିଷ ମହାନ୍ତିଙ୍କ ପରିବାରକୁ ଫୋନ କରିବା ସହ ଉଭୟ ଗାଡିକୁ ଅଟକ ରଖି ବାଇକ ଆରୋହି ଦେବାଶିଷକୁ ଜିଲ୍ଲା ଚିକିତ୍ସାଳୟକୁ ପଠାଇଥିଲେ। ଜିଲ୍ଲା ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ କୋରାପୁଟ ସ୍ଥାନାନ୍ତର କରିବା ପାଇଁ କୁହାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଯୋଗୁଁ ତାଙ୍କୁ ଉଷା ହସ୍ପିଟାଲ ଆସିୟୁରେ ଭର୍ତି କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି