ବାଲିମେଳାର ଝିଅ ଇପ୍ସିତା ରାଜ୍ୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ
ମାଲକାନଗିରି,୪ସେପ୍ଟେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲା ବାଲିମେଳାର ଝିଅ ଇପ୍ସିତା ରାଜ୍ୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ବାଲିମେଳା ଓ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।ଗତ ଜୁଲାଇ ମାସରେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ଭୁବନେଶ୍ୱର ସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳ
ବାଲିମେଳାର ଝିଅ ଇପ୍ସିତା ରାଜ୍ୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ


ମାଲକାନଗିରି,୪ସେପ୍ଟେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲା ବାଲିମେଳାର ଝିଅ ଇପ୍ସିତା ରାଜ୍ୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ବାଲିମେଳା ଓ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।ଗତ ଜୁଲାଇ ମାସରେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ଭୁବନେଶ୍ୱର ସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ରାଜ୍ୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିବା ସପ୍ତମ ଶ୍ରେଣୀ ଛାତ୍ରୀ ଇପ୍ସିତା ସ୍ୱାଇଁ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେଠାରେ ତାଙ୍କୁ ମାନ ପତ୍ର ସହ ପାଂଚ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।

ସେ ଲେଖିଥିବା ପ୍ରବନ୍ଧଟି ହେଲା ଓଡ଼ିଆ ସାହିତ୍ୟ ଉପରେ ଛାତ୍ର ଛାତ୍ରୀ ମାନଙ୍କ ଭୂମିକା। ଗତ କାଲି ନିଜ ସ୍କୁଲରେ ଏକ ସଭାରେ କୋରୁକୋଣ୍ଡା ବିଇଓ ଅସିତ ମିସ୍ତ୍ରୀ , ପ୍ରଧାନ ଶିକ୍ଷୟତ୍ରୀ ସୁଶିଳା କୁମାରୀ ହିଆଲ ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପସ୍ଥିତ ରହି ଝିଅ ଇସିତା ସମ୍ମାନିତ କରିଛନ୍ତି।

ତାଙ୍କ ବାପା ସଞ୍ଜୟ କୁମାର ସ୍ୱାଇଁ ପେସାରେ ଜଣେ ଡ୍ରାଇଭର ମା ହେଲେ ଇସିତା ସ୍ୱାଇଁ ଗୃହିଣୀ ଝିଅର କୃତକାର୍ଯ୍ୟ ନିମନ୍ତେ ପରିବାର ଅତ୍ୟନ୍ତ ଖୁସି ଅଛନ୍ତି। ଇପ୍ସିତା ଭବିଷ୍ୟତରେ ଜଣେ ଓକିଲ ହେବେ ବୋଲି କହିଛନ୍ତି। ଏ ପ୍ରଚାରିତ ହେବା ପରେ ବାଲିମେଳା ସହରରେ ଖୁସିର ଲହରୀ ଖେଳିଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande