ବାଇକ ଚୋରି ମାମଲା, ୩ ଜଣଙ୍କୁ କାବୁ କଲା ପୋଲିସ
ଜୟପୁର, ୪ ସେପ୍ଟେମ୍ବର (ହି.ସ.)- ବାଇକ ଚୋରି ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ କାବୁ କଲା ଟାଉନ ପୋଲିସ । ୨ ଜଣ ନାବାଳକଙ୍କ ସହ ଅନ୍ୟ ଏକ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଜୟପୁର ଓମକାର ନଗର କାତ୍ତିକ ମାଝୀ (୨୨) । ସୂଚନା ଅନୁଯାୟୀ, ବାଇକ ଚୋରି ନେଇ ଜୟପୁର ପ୍ରସାଦ ରାଓ ପେଟାର ଆ
ବାଇକ ଚୋରି ମାମଲା, ୩ ଜଣଙ୍କୁ କାବୁ କଲା ପୋଲିସ


ଜୟପୁର, ୪ ସେପ୍ଟେମ୍ବର (ହି.ସ.)- ବାଇକ ଚୋରି ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ କାବୁ କଲା ଟାଉନ ପୋଲିସ । ୨ ଜଣ ନାବାଳକଙ୍କ ସହ ଅନ୍ୟ ଏକ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଜୟପୁର ଓମକାର ନଗର କାତ୍ତିକ ମାଝୀ (୨୨) । ସୂଚନା ଅନୁଯାୟୀ, ବାଇକ ଚୋରି ନେଇ ଜୟପୁର ପ୍ରସାଦ ରାଓ ପେଟାର ଆଲୋକ ମହାରଣା ଅଭିଯୋଗ କରିଥିଲେ ଯେ, ୧.୯.୨୫ ତାରିଖରେ ସାଙ୍ଗ ସୁଶାନ୍ତ ପୁଜାରୀ ଠାରୁ ଗୋଟିଏ ବାଇକ ଆଣିଥିଲେ । ତାଙ୍କ ଘରେ ଆଗରେ ପାର୍କିଙ୍ଗ କରିଥିଲେ । ସେହି ଗାଡି ଚୋରି ହୋଇ ଯାଇଥିଲା । ଏନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ପୋଲିସ ୨ ଜଣ ନାବାଳକ ସହ ଜଣେ ଅଭିଯୁକ୍ତକୁ କାକୁ କରିଥିଲା । ୩ଟି ବାଇକ ଜବତ କରିଛି । ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିଥିବା ବେଳେ ୨ ଜଣ ନାବାଳାକକୁ ଜୁଭେଲାଇନ ଜଷ୍ଟିସ ବୋର୍ଡ଼ଙ୍କ ନିକଟରେ ହାଜର କରିଥିବା ବିଷୟ ଜୟପୁର ଟାଉନ ଥାନା ଅଧିକାରି ଉଲ୍ଲସା ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande