ଭୁବନେଶ୍ୱର, 4 ସେପ୍ଟେମ୍ବର (ହି.ସ.) ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେକ୍ଷ୍ଟ-ଜେନେରେସନ୍ ଜିଏସଟି ସଂସ୍କାର କାର୍ଯ୍ୟକାରୀ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଏହି ଜିଏସଟି ସଂସ୍କାରକୁ ପ୍ରଶଂସା କରି ସୋସିଆଲ ମିଡିଆରେ କହିଛନ୍ତି ଯେ, ଏହି ସଂସ୍କାର ଦେଶର ଅର୍ଥନୀତି ପାଇଁ ଏକ ଐତିହାସିକ ଓ ପରିବର୍ତ୍ତନଶୀଳ ପଦକ୍ଷେପ। ଏହି ଐତିହାସିକ ପଦକ୍ଷେପ ଏମଏସଏମଇ ଗୁଡିକୁ ଶକ୍ତିଶାଳୀ , ନୂଆ ଚାକିରି ସୃଷ୍ଟି କରିବ, ଉପଭୋଗ ବୃଦ୍ଧି କରିବା ସହିତ ସାଧାରଣ ନାଗରିକଙ୍କ ଆର୍ଥିକ କ୍ଷମତାକୁ ମଜବୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।
ସେ ଆହୁରି କହିଛନ୍ତି, ଏହି ପ୍ରୟାସ ଏକ ଜନକେନ୍ଦ୍ରିତ ସରକାର ଙ୍କ ଦୃଷ୍ଟିକୋଣ ଓ ପ୍ରତିବଦ୍ଧତାକୁ ପ୍ରକାଶ କରୁଛି, ଯାହା ସମାଜର ପ୍ରତ୍ୟେକ ଶ୍ରେଣୀର ସମଗ୍ର କଳ୍ୟାଣ ଓ ଉନ୍ନତି ପାଇଁ ସମର୍ପିତ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ