ସମ୍ବଲପୁର, ୦୪ ସେପ୍ଟେମ୍ବର (ହି.ସ) - ମା ସମଲେଶ୍ୱରୀଙ୍କ ମନ୍ଦିରରେ ଆସନ୍ତା ରବିବାର ୭ ତାରିଖ ଦିନ ପଡୁଥିବା ଚନ୍ଦ୍ରଗ୍ରହଣକୁ ଦୃଷ୍ଟିରେ ରଖି ପରିଚାଳନା କମିଟି ପକ୍ଷରୁ ଦେବନୀତିରେ ପରିବର୍ତନ କରାଯାଇଛି। ଉକ୍ତ ଦିନ ସକାଳର ମଙ୍ଗଳ ଆଳତି ଓ ଅନ୍ୟ ନୀତିକାନ୍ତି ପରେ ଦର୍ଶନ ଜାରି ରହିବ। ଦିବା ୧୧. ୪୫ ମିନିଟ ସମୟରୁ ଦର୍ଶନ ବନ୍ଦ ରହିବ ଓ ୧୨. ୦୦ ଘଂଟା ସମୟରେ ଅନ୍ନ ଭୋଗ ଲାଗି ହେବା ପରେ ଦର୍ଶନ ସୋମବାର ସକାଳ ୦୬. ୦୦ ଘଂଟା ପର୍ଯ୍ୟନ୍ତ ବନ୍ଦ ରହିବ । ସୋମବାର ୮ ତାରିଖ ସକାଳ ୪. ୩୦ ରୁ ମନ୍ଦିର ଶୋଧନ ପରେ ୦୫. ୦୦ ଘଂଟା ସମୟରେରେ ମଙ୍ଗଳ ଆଳତି ଓ ନିତ୍ୟ ନୀତିକାନ୍ତି ପରେ ଦର୍ଶନ ପୁଣି ଆରମ୍ଭ ହେବ ବୋଲି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ