ବିଜେଡିର ବରିଷ୍ଠ ନେତୃତ୍ୱ ଦେବ ତ୍ରିପାଠୀଙ୍କ ବିୟୋଗରେ ଶୋକ
ଭଦ୍ରକ, ୪ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ବନ୍ତ ବ୍ଲକ ଅଣିଜୋ ଗ୍ରାମ ପଂଚାୟତ ରାଜନଗର ମଙ୍ଗଳପୁରର ବିଜୁ ଜନତା ଦଳର ବରିଷ୍ଠ ନେତୃତ୍ୱ ସ୍ୱର୍ଗତ ଦେବ ତ୍ରିପାଠୀ(ଦେବ ତିଆଡ଼ି)ଙ୍କ ବିୟୋଗର ଦୁଃଖଦ ଖବର ମିଳିବା ପରେ ତାଙ୍କ ବାସଭବନରେ ପହଂଚି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପରିବାର ବର୍ଗଙ୍କୁ ସମ
DEBA TRIPATHY BIYOG RE SOKA


ଭଦ୍ରକ, ୪ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ବନ୍ତ ବ୍ଲକ ଅଣିଜୋ ଗ୍ରାମ ପଂଚାୟତ ରାଜନଗର ମଙ୍ଗଳପୁରର ବିଜୁ ଜନତା ଦଳର ବରିଷ୍ଠ ନେତୃତ୍ୱ ସ୍ୱର୍ଗତ ଦେବ ତ୍ରିପାଠୀ(ଦେବ ତିଆଡ଼ି)ଙ୍କ ବିୟୋଗର ଦୁଃଖଦ ଖବର ମିଳିବା ପରେ ତାଙ୍କ ବାସଭବନରେ ପହଂଚି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ଶ୍ରୀ ସାମଲଙ୍କ ସମେତ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା ଓ ବହୁ ବୁଦ୍ଧିଜୀବୀ, ବରିଷ୍ଠ ଓ ଯୁବ ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ସ୍ୱର୍ଗତ ବିଜୁବାବୁଙ୍କଠାରୁ ଆରମ୍ଭ କରି ନବୀନବାବୁଙ୍କ ପର୍ଯ୍ୟନ୍ତ ସେ ସମସ୍ତଙ୍କର ପ୍ରିୟ ପାତ୍ର ଥିଲେ। ଏହି ଅଂଚଳର ଅଦ୍ୱିତୀୟ ନେତୃତ୍ୱ ଭାବେ ପରିଚିତ। ଶ୍ରୀ ତିଆଡି ଓଡ଼ିଆ ଚଳଚିତ୍ର ଓ ନାଟକ ଜଗତରେ ଏତେ ସପନକୁ ରାତି କାହିଁ, ମା ଡାକୁଛି ଆ, ବାପଘର ସୁଖ ସରିଗଲା ପରି ଅନେକ ଅମର ସୃଷ୍ଟି କରି ଦର୍ଶକଙ୍କ ହୃଦୟକୁ ସ୍ପର୍ଶ କରିଥିଲେ। ସେହିପରି ତାଙ୍କର ସୃଷ୍ଟି ଶକୁନ୍ତଳା ପରି ସୁନାମଧନ୍ୟ ନାଟକ ଦେଶ-ବିଦେଶରେ ତାଙ୍କୁ ନିର୍ଦ୍ଦେଶକ ଓ ସଂଳାପ ଲେଖକ ଭାବେ ଅମର କରିଦେଇଛି। ସେ ଏକାଧାରରେ ଜଣେ ବିଦ୍ୱାନ, ବିଦ୍ୱଷୀ, ସାହିତ୍ୟିକ ଓ ସମାଜସେବୀ ଥିଲେ। ତାଙ୍କ ଅନୁପସ୍ଥିତି ଏହି ଅଂଚଳରେ ଏକ ଅପୂରଣୀୟ ଶୂନ୍ୟ ସୃଷ୍ଟି କରିଛି ବୋଲି ଶ୍ରୀ ସାମଲ କହିଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande