ଉପର ମୁଣ୍ଡରେ ବର୍ଷା ଲାଗି ରହିବାରୁ ବୈତରଣୀ ନଦୀ ବନ୍ୟା ଧାମନଗର ବ୍ଲକର ଦୁଇ ପଂଚାୟତକୁ ବିପଦ
ଭଦ୍ରକ, ୪ ସେପ୍ଟେମ୍ବର (ହି.ସ.) - ତୁହାକୁ ତୁହା ଲଗାଣ ବର୍ଷା ଦ୍ୱାରା ଜନଜୀବନ ଅସ୍ତ ବ୍ୟସ୍ତ ହୋଇ ପଡ଼ିଛି ।ସେପଟେ ନିକଟରେ ଦୁଇ ଟି ବଡ ବନ୍ୟା ଯାଇଥିବା ବେଳେ ପୁଣି ବୈତରଣୀ ରେ ବନ୍ୟା ଯୋଗୁଁ ଧାମନଗର ବ୍ଲକରେ ଅର୍ଜୁନପୁର ଓ ହସନାବାଦ ପଂଚାୟତକୁ ବିପଦ ଦେଖା ଦେଇଛି।ଅନବରତ ବର୍ଷା ଯୋଗୁଁ ପ୍ରାୟ ୨୦ ଦିନ ହ
DHAMNAGAR BLOCK TWO PANCHAYAT


ଭଦ୍ରକ, ୪ ସେପ୍ଟେମ୍ବର (ହି.ସ.) - ତୁହାକୁ ତୁହା ଲଗାଣ ବର୍ଷା ଦ୍ୱାରା ଜନଜୀବନ ଅସ୍ତ ବ୍ୟସ୍ତ ହୋଇ ପଡ଼ିଛି ।ସେପଟେ ନିକଟରେ ଦୁଇ ଟି ବଡ ବନ୍ୟା ଯାଇଥିବା ବେଳେ ପୁଣି ବୈତରଣୀ ରେ ବନ୍ୟା ଯୋଗୁଁ ଧାମନଗର ବ୍ଲକରେ ଅର୍ଜୁନପୁର ଓ ହସନାବାଦ ପଂଚାୟତକୁ ବିପଦ ଦେଖା ଦେଇଛି।ଅନବରତ ବର୍ଷା ଯୋଗୁଁ ପ୍ରାୟ ୨୦ ଦିନ ହେବ ଚାଷଜମି ର ବର୍ଷା ପାଣି ବୁଡି ରହୁଥିବାରୁ ଧାନଚାଷ ପ୍ରାୟ ନଷ୍ଟ୍ ହେବ। ସୁଚନା ଥାଉକି ଦୁଇଦିନ ହେବ ବର୍ଷା ଦ୍ୱାରା ଉପରମୁଣ୍ଡରେ ବର୍ଷା ଦ୍ୱାରା ଆଖୁଆପଦା ଠାରେ ବୈତରଣୀ ନଦୀ ର ଜଳସ୍ତର ବୃଦ୍ଧି ପାଉଛି। ଗୁରୁବାର ଅପରାହ୍ନ ପାଂଚଟା ରେ ଜଳସ୍ତର ଅଠର ଦଶମିକ ତିନି ଶୁନ ମିଟର ରହିଛି।ଏହାର ବିପଦ ସଂକେତ ହେଉଛି ଅଠର ଦଶମିକ ତିନି ତିନି ମିଟର। ବୈତରଣୀ ନଦୀ ଜଳସ୍ତର ବୃଦ୍ଧିପାଉଥିବା ରୁ ଏହାର ଶାଖା ନଦୀ କୋଚିଳା ଗେଙ୍ଗୁଟି ରେବ କପାଳୀ ସାଳନ୍ଦୀ ରେ ବର୍ଷା ଜଳ ପ୍ରବେଶ କରିଛି। ବୈତରଣୀ ନଦୀ ଜଳସ୍ତର ବଢୁ ଥିବାରୁ ଜିଲ୍ଲାର ଧାମନଗର ବ୍ଲକ, ଭଣ୍ଡାରି ପୋଖରୀ ବ୍ଲକ ର କେତକ ପଂଚାୟତରେ ବନ୍ୟା ଜଳ ପ୍ରବେଶ କରିଥିବାରୁ ତଳିଆ ଅଂଚଳରେ ଜଳମଗ୍ନ ହୋଇଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ ସାମଗ୍ରୀ ମହଜୁଦ ରହିଥିବା ବେଳେ ବିଭାଗୀୟ ଅଧିକାରୀ କର୍ମଚାରୀଙ୍କୁ ସଂପୂଣ୍ଣ ସଜାଗ ସତର୍କ ରହିବାକୁ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ନିର୍ଦେଶ ଦେବା ସହ ବୈତରଣୀ ନଦୀ ବନ୍ୟା ଉପରେ ଲକ୍ଷ ରଖିଛନ୍ତି ।ଏପଟେ ଧାମନଗର ତହସିଲଦାର ଲୋକନାଥ ସେଠୀ ତଳିଆ ଅଂଚଳ ଯାଇ ଲୋକ ଙ୍କୁ ସଚେତନ କରିଛନ୍ତି ।ଯଦିଓ ବଡ ବନ୍ୟା ହେବନି ତଥାପି ପଛପାଣି ପୁଣିକିଛି ଗ୍ରାମ କୁ ପ୍ରବେଶ କରିପାରେ ସେଥିପାଇଁ ସଚେତନ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରା ଯାଇଥିଲା। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande