କେନ୍ଦୁଝର, 4 ସେପ୍ଟେମ୍ବର (ହି.ସ.) କେନ୍ଦୁଝର ସଦର ଅନ୍ତର୍ଗତ ପିଏମ୍ ଶ୍ରୀ ଡି.ଏନ୍. ଉଚ୍ଚ ବିଦ୍ୟାଳୟ ଅଡିଟୋରିୟମରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ସଭାପତିତ୍ବରେ କେନ୍ଦୁଝର ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସଂଘର ସାଧାରଣ ସଭା ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ପ୍ରାଥମିକ ନିର୍ଦ୍ଦେଶାଳୟ,ଭୁବନେଶ୍ୱର ର ଉପ ନିର୍ଦ୍ଦେଶକ ହିମାଂଶୁ ଭୂଷଣ ଓଝା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାର ସମସ୍ତ ଶାରୀରିକ ଶିକ୍ଷା ଶିକ୍ଷକ,ଶିକ୍ଷୟିତ୍ରୀ,ସ୍କାଉଟ ମାଷ୍ଟରସ୍,ଗାଇଡ କ୍ୟାପଟେନ ଓ ଜୁନିଅର ରେଡ଼କ୍ରସ ପରାମର୍ଶଦାତାଙ୍କୁ ସମ୍ବୋଧିତ କରିଥିଲେ।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା,ସତ୍ୟନାରାୟଣ ମହାନ୍ତ,ରୁଦ୍ର ନାରାୟଣ ସାମଲ,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାମକୃଷ୍ଣ ବେହେରା,ଡି.ଏନ୍. ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୀର କୁମାର ମହାନ୍ତି,ସୁଶୀଲ କୁମାର ନାୟକ,ସନ୍ତୋଷିନୀ ସେଠୀ, ପରମେଶ୍ବର ସାମଲ,ପ୍ରଫୁଲ୍ଲ ଚନ୍ଦ୍ର ଘୋଷ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।ଏହି ସଭାରେ ବିଭିନ୍ନ ବ୍ଲକରୁ ୩୫୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ।ଏହି ଅବସରରେ ପୂର୍ବତନ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀଗଣ ଓ ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ଶିକ୍ଷକ,ଶିକ୍ଷୟିତ୍ରୀ ମାନଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଦ୍ଵିତୀୟ ପର୍ଯ୍ୟାୟ ଆଲୋଚନାରେ ଜୁନିଅର ରେଡ଼କ୍ରସ,ସ୍କାଉଟସ/ଗାଇଡସ୍ ଏବଂ କ୍ରୀଡ଼ାଙ୍ଗନ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।ଶେଷରେ ଜୁନିଅର ରେଡ଼କ୍ରସ ଅଫିସର ପ୍ରଶାନ୍ତ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA