ଜୟପୁର, ୪ ସେପ୍ଟେମ୍ବର (ହି.ସ.)- ଜୟପୁର ସଦର ଥାନା ଅନ୍ତର୍ଗତ ଫାମ୍ପୁଣି ଜଙ୍ଗଲ ଓ ବାୟାଗୁଡାରେ ଆଜି ଅବକାରି ଚଢଉ ହୋଇଛି । ଦେଶି ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୂଚନା ପାଇ ଫାମ୍ପୁଣି ଜଙ୍ଗର ଜୟପୁର ଅବକାରି ଥାନା ଚଢାଉ କରିଛି । ଚଢଉ ସୂଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଅବକାରି ବିଭାଗ ବହୁ ମଦ ଭାଟି ଭାଙ୍ଗିବା ସହ ୮ ଶହ ଲିଟର ପୋଚ ଓ ୭୦ ଲିଟର ଦେଶି ମଦ ଜବତ କରି ନଷ୍ଟ କରିଛି । ମଦରନ୍ଧା ସରଞ୍ଜାମ ଡ୍ରମ ଆଦିକୁ ଜବତ କରିଥିବା ବିଷୟ ଜୟପୁର ଅବକାରି ଥାନା ତରଫରୁ ସୂଚନା ଦିଆଯାଇଛି । ସେହିପରି ଦେଶି ମଦ ଚାଲାଣ ସମ୍ପର୍କରେ ଖବର ପାଇ ବାୟାଗୁଡା ରାସ୍ତାରେ ଅବକାରି ଚଢଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ବଡ ଓଜେଇ ଗ୍ରାମର ଡମ୍ବୁରୁ ଧର ଦୁଆରୁ (୪୨) । ଏକ ବାଇକରେ ଦେଶି ମଦ ଚାଲାଣ ହେଉଥିବା ସୂଚନା ପାଇ ଚଢଉ କରି ବାଇକ ସହ ୨୨ ଲିଟର ଦେଶି ମଦ ଜବତ କରିଛି । ଗିରଫ ଅଭିଯୁକ୍ତକୁ ଆଜି ଅପରାହ୍ନ ୪ଟାରେ କୋର୍ଟଚାଲାଣ କରିଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି