କନିକାର ମାଟି ଘେଂଟଶ୍ୱରକୁ ବ୍ଲକ ମାନ୍ୟତା ପାଇଁ ସରକାରଙ୍କୁ ଦାବି, ଦାବି ପୂରଣ ନ ହେଲେ ଜନ ଆନ୍ଦୋଳନ ଚେତାବନୀ
ଭଦ୍ରକ, ୪ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲାର ଘେଂଟଶ୍ୱର ଅଂଚଳରେ ବ୍ଲକ ମାନ୍ୟତା ପାଇଁ ଦାବି ପ୍ରତିଦିନ ତିବ୍ର ହୋଇପାରୁଛି। ଗତ କିଛି ବର୍ଷ ଧରି ସ୍ଥାନୀୟ ଲୋକମାନେ, ସାମାଜିକ ସଙ୍ଗଠନ, ଛାତ୍ରଛାତ୍ରୀ, ବ୍ୟବସାୟୀ, କୃଷକ, ସହିତେ ପଂଚାୟତ ପ୍ରତିନିଧିମାନେ ବାରମ୍ବାର ଏହି ଦାବିକୁ ସ୍ୱର ଦେଇଆସୁଛନ୍ତ
GHANTESWAR KU BLOCK MANYATA DABI


ଭଦ୍ରକ, ୪ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲାର ଘେଂଟଶ୍ୱର ଅଂଚଳରେ ବ୍ଲକ ମାନ୍ୟତା ପାଇଁ ଦାବି ପ୍ରତିଦିନ ତିବ୍ର ହୋଇପାରୁଛି। ଗତ କିଛି ବର୍ଷ ଧରି ସ୍ଥାନୀୟ ଲୋକମାନେ, ସାମାଜିକ ସଙ୍ଗଠନ, ଛାତ୍ରଛାତ୍ରୀ, ବ୍ୟବସାୟୀ, କୃଷକ, ସହିତେ ପଂଚାୟତ ପ୍ରତିନିଧିମାନେ ବାରମ୍ବାର ଏହି ଦାବିକୁ ସ୍ୱର ଦେଇଆସୁଛନ୍ତି। ସେମାନଙ୍କ ମତ, ଘେଂଟଶ୍ୱରକୁ ସ୍ୱତନ୍ତ୍ର ବ୍ଲକ ଘୋଷଣା କରାଗଲେ, ଏହା କେବଳ ପ୍ରଶାସନୀକ ସୁବିଧାକୁ ସହଜ କରିବା ନୁହେଁ, ସମଗ୍ର ଅଂଚଳର ଅର୍ଥନୈତିକ, ସାମାଜିକ ଉନ୍ନତିରେ ମାଇଲସ୍େଟାନ୍ ସାବିତ ହେବ।ଘେଂଟଶ୍ୱରରେ ବର୍ତମାନ ପ୍ରଶାସନୀକ କାମକାଜ ପାଇଁ ଲୋକଙ୍କୁ ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟକୁ ଯିବାକୁ ପଡୁଛି। ୨୫-୩୦ କିଲୋମିଟର ଦୂର ଅତିକ୍ରମ କରିବାରୁ ସାଧାରଣ ଲୋକଙ୍କୁ ଦୈନିକ ଭାବରେ ସମୟ, ଧନ ଓ ପରିଶ୍ରମର କ୍ଷୟ ସହିବାକୁ ପଡୁଛି। ବୃଦ୍ଧ, ମହିଳା, ଅଶକ୍ତ ଓ ଗରିବ ଲୋକମାନେ ବ୍ଲକ କାର୍ଯ୍ୟାଳୟର ସୁବିଧାରୁ ବଂଚିତ ହେଉଛନ୍ତି। କେତେକେଥିରେ ଗରିବ କୃଷକ ତାଙ୍କର ସରକାରୀ ସୁବିଧା ନେବା ପାଇଁ ୨୦୦-୩୦୦ ଟଙ୍କା ଖର୍ଚ୍ଚ କରିବାକୁ ବାଧ୍ୟ ହେଉଛନ୍ତି। ଭୌଗୋଳିକ ଓ ଜନସଂଖ୍ୟା କଥା କହିବାକୁ ଗଲେ ଘେଂଟଶ୍ୱର ଅଂଚଳରେ ପ୍ରାୟ ୧୦ରୁ ଅଧିକ ପଂଚାୟତ ସହିତ ୨ ଲକ୍ଷରୁ ଅଧିକ ଲୋକସଂଖ୍ୟା ବସବାସ କରୁଛନ୍ତି। ବଜାର, ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟବସାୟ, କୃଷି, ପରିବହନ ସୁବିଧାରେ ଏହା ସ୍ୱୟଂଭାବେ ବିକଶିତ। ପ୍ରତିଦିନ ହଜାରହଜାର ଲୋକ ବିଭିନ୍ନ କାମରେ ଘେଂଟଶ୍ୱରକୁ ଆସୁଛନ୍ତି। ତେଣୁ, ଏହାକୁ ସ୍ୱତନ୍ତ୍ର ପ୍ରଶାସନୀକ ଏକକ ହିସାବରେ ଘୋଷଣା କରିବା ପୂରାପୁରି ଯୁକ୍ତିସଂଗତ।ଘେଂଟଶ୍ୱର ପୂର୍ବରୁ ବ୍ୟବସାୟ କେନ୍ଦ୍ର ଭାବେ ପରିଚିତ। ସାପ୍ତାହିକ ହାଟ, କୃଷିପଣ୍ୟ ବ୍ୟବସାୟ, ମାଛ, ପୋଳା, ହସ୍ତଶିଳ୍ପ ସହିତେ ସୁଦୂର ଗ୍ରାମ ଅଂଚଳର ଲୋକ ଏଠାରେ ଆସି ବଜାର କରୁଛନ୍ତି। ସେଥିପାଇଁ ଘେଂଟଶ୍ୱରକୁ ବ୍ଲକ ମାନ୍ୟତା ମିଳିଲେ, ସ୍ଥାନୀୟ ଅର୍ଥନୀତି ଆହୁରି ସୁଦୃଢ଼ ହେବ।ଏଠାରେ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଲେଜ, ପ୍ରାଇଭେଟ ଇନ୍ସଟିଟ୍ୟୁଟ, ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି। ପଡ଼ୋଶି ଅଂଚଳର ଲୋକମାନେ ଶିକ୍ଷା ଓ ଚିକିତ୍ସା ସୁବିଧା ପାଇଁ ଘେଂଟଶ୍ୱରକୁ ଆସୁଛନ୍ତି। ଯଦି ବ୍ଲକ ଘୋଷଣା ହୁଏ, ସରକାରୀ ସୁବିଧାଗୁଡ଼ିକୁ ଆହୁରି ବିକାଶ କରିବା ସହଜ ହେବ।ବିଭିନ୍ନ ସାମାଜିକ ସଙ୍ଗଠନ, ସ୍ଥାନୀୟ ପ୍ରତିନିଧି ଓ ସଚେତନ ନାଗରିକମାନେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ୍ୟ ପୂର୍ବତନ ସାର କର୍ଣ୍ଣପାତ କରିଆସୁନଥିବା ବେଳେ ନୂତନ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଘେଂଟଶ୍ୱର ବୁଦ୍ଧିଜୀବୀ, ସମାଜ ସେବୀ ଓ ରାଜ ନେତାଙ୍କ ମତ ।

୧) ଉମାକାନ୍ତ ପାଣିଗ୍ରାହୀ (ଅଂଚଳବାସୀ) - ଘେଂଟଶ୍ୱର ଅଂଚଳ ବ୍ଲକ ମାନ୍ୟତା ପାଇଲେ ଅଂଚଳ ର ବିକାଶ ସୁଦୃଢ ହେବ। ମୁଁ ରାଜ୍ୟ ସରକାରଙ୍କୁ ଦାବି କରୁଛି ତୁରନ୍ତ ଏ ବିଷୟରେ କର୍ଣ୍ଣପାତ କରନ୍ତୁ (ଫଟୋ ଅଛି)

୨) ରତ୍ନାକର ରାଉତ (ବୁଦ୍ଧିଜୀବୀ)- କନିକା ମାଟି ଘେଂଟଶ୍ୱର ଅଂଚଳ ୨ଲକ୍ଷ ରୁ ଅଧିକ ଲୋକେ ବସବାସ କରୁଛନ୍ତି ଜରୁରୀ କାଳୀନ ସୁବିଧା ପାଇଁ ଚାନ୍ଦବାଲି ୨୫କିଲୋମିଟର ଯିବାକୁ ପଡୁଛି, ଘେଂଟଶ୍ୱର କୁ ବ୍ଲକ ମାନ୍ୟତା ଆମେ ଦାବି କରୁଛୁ ।

୩) ଶଶିକାନ୍ତ ତରାଇ (ବରିଷ୍ଠ ନାଗରିକ) - ଆମେ ବରିଷ୍ଠ ନାଗରିକ ମାନେ ୨୫କିଲୋମିଟର ଚାନ୍ଦବାଲି ବ୍ଲକ ଯିବାକୁ ବହୁତ କଷ୍ଟ ହେବା ସହିତ ଅର୍ଥ ଖର୍ଚ୍ଚ ହେଉଛି, ଘେଂଟଶ୍ୱର ଅଂଚଳ କୁ ବ୍ଲକ ମାନ୍ୟତା ଦାବି କରୁଛୁ ।

୪) ଭଗବାନ ପୋଥାଳ (ଅଂଚଳବାସୀ) - ବିଗତ ଦିନରେ ଅନେକ ବାର ଘେଂଟଶ୍ୱର କୁ ବ୍ଲକ ମାନ୍ୟତା ପାଇଁ ଦାବି ହୋଇଛି ପୂର୍ବତନ ସରକାର ଏବଂ ସ୍ଥାନୀୟ ନେତା ମାନଙ୍କ ଅପାରଗ ପାଇଁ ଘେଂଟଶ୍ୱର ବ୍ଲକ ମାନ୍ୟତା ପାଇବାରୁ ବଂଚିତ, ନୂତନ ସରକାର ଆବିଷୟ ଧ୍ୟାନ ଦେବାକୁ ଅନୁରୋଧ।

୫) ପୀତବାସ ବାରିକ (ବୁଦ୍ଧିଜୀବୀ) - ଏ ବିଷୟରେ ସରକାର ବିଚାର କରି ଘେଂଟଶ୍ୱର ଅଂଚଳକୁ ବ୍ଲକ୍‌ର ମାନ୍ୟତା ପ୍ରଦାନ ଆମର ଦାବି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande